କାଠଚୋରଙ୍କୁ ଧରିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ : ବାପ ଗିରଫ, ପୁଅ ଫେରାର

ଦେବଗଡ, ୬ା୧୧(ଡି.ଏନ.ଏ.) : ଜଙ୍ଗଲରୁ ବେଆଇନ ଗଛ କାଟି ଆଣିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଭାଇ ଫେରାର ହୋଇଯାଇଥିବା ବେଳେ ବେଆଇନ କାଠ ରଖିଥିବା ଅଭିଯୋଗରେ ବାପଙ୍କୁ ବନ ବିଭାଗ ଗିରଫ କରିଛି। ଏହା ସହ ଗୋଟିଏ ଶଗଡ ଗାଡି, ୧୪ଖଣ୍ଡ ଶାଳପଟ୍ଟା ଜବତ କରିବା ସହ ଅଭିଯୁକ୍ତ ବାପଙ୍କୁ କୋର୍ଟଚାଲାଣ କରାଯାଇଛି। ଖବର ମୁତାବକ ମଙ୍ଗଳବାର ପୂର୍ବାହ୍ନରେ ରିଆମାଳ ବନାଞ୍ଚଳ ଅଧିନ ପୁରମୁଣ୍ଡା ଗ୍ରାମର ପଞ୍ଚାନନ ବେହେରା ତାଙ୍କ ପୁଅ କେଶବ ବେହେରା (୨୮) ଓ କାଳିଆ ବେହେରା (୨୪) ଏକ ଶଗଡରେ ଜଙ୍ଗଲରୁ କାଠ କାଟି ଆଣୁଥିବା ବେଳେ ବନରକ୍ଷୀ ବବିତା ନାଏକ ସେମାନଙ୍କୁ ଅଟକାଇ ଥିଲେ। କାଳିଆ ଓ କେଶବ ବନରକ୍ଷୀ ବବିତାଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଳଜ କରିବା ସହ ସେଠାରୁ କାଠ ନେଇ ଚାଲି ଆସିଥିଲେ। ଏ ସମ୍ପର୍କରେ ବବିତା ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନଙ୍କୁ ସୂଚନା ଦେଇଥିଲେ। ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚିବା ପରେ ପଚରାଉଚୁରା ପାଇଁ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ। ଫରେଷ୍ଟରଙ୍କୁ କେଶବ ଓ କାଳିଆ ମଧ୍ୟ ଗାଳି ଗୁଳଜ କରିବା ସହ ମାଡ ମାରିଥିଲେ। ଫରେଷ୍ଟର ଘଟଣା ସମ୍ପର୍କରେ ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ଭବାନି କାନ୍ତ ଦାଶଙ୍କୁ ସୂଚନା ଦେଇଥିଲେ। ବନ ବିଭାଗର ସ୍ବତନ୍ତ୍ର ଦଳ ମାଜିଷ୍ଟ୍ରେଟଙ୍କ ସହ ଅଭିଯୁକ୍ତଙ୍କ ଘରକୁ ଯାଇ ଚଢାଉ କରିଥିଲେ। ଚଢାଉ ସମୟରେ ଆକ୍ରମଣକାରୀ ୨ଭାଇ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଘରୁ ୧୪ଖଣ୍ଡ ଶାଳପଟ୍ଟା ଓ ଗୋଟିଏ ଶଗଡକୁ ଜବତ କରାଯାଇଥିଲା। ଘର ମାଲିକ ତଥା ଅଭିଯୁକ୍ତ ୨ ଭାଇଙ୍କ ବାପା ପଞ୍ଚାନନଙ୍କୁ ଗିରଫ କରିଥିଲା ବନ ବିଭାଗ। ବିଭିନ୍ନ ଦଫାରେ ମାମଲା ଋୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାିଛି। ସେହିପରି ଆକ୍ରମଣର ଶିକାର ଫରେଷ୍ଟର ତୁଷାର ରଞ୍ଜନଙ୍କ ଅଭିଯୋଗ ଆଧାରରେ ରିଆମାଲ ଥାନା ପୋଲିସ କେଶବ ଓ କାଳିଆଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ଋୁଜୁ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?