ମାମଲା ରଫାଦଫା ପାଇଁ ଲାଞ୍ଚ: ଫରେଷ୍ଟର ଗିରଫ

ଦେବଗଡ, ୬ା୧୧(ଡି.ଏନ.ଏ.) : କାଠ ଜବତ ମାଲଲାର ରଫାଦଫା କରିବା ପାଇଁ ଜଣେ ଯୁବକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନଖଣ୍ଡ ଅଧୀନ କଂସର ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ଖବର ମୁତାବକ ଗତ ଅକ୍ଟୋବର ୨୧ ତାରିଖରେ କଂସର ଭୁକ୍ତାପଡା ଗ୍ରାମର ଅରୁଣ ସାମାଧିଆ ନାମକ ଜଣେ ଯୁବକ କଂସର ଜଙ୍ଗଲରୁ ଏକ ଶାଳଗଛ କାଟୁଥିଲେ। ଏହାଦେଖି ଜଙ୍ଗଲ ଜଗୁଆଳିମାନେ କଟାଯାଇଥିବା ଗଛସହ ତାଙ୍କୁ କଂସର ସେକ୍ସନ କାର୍ଯ୍ୟାଳୟକୁ ଆଣିଥିଲେ। ୨୨ ତାରିଖ ସକାଳେ ଫରେଷ୍ଟର ମିଶ୍ର ଅରୁଣଙ୍କ ଘରକୁ ଯାଇ ତଲାସୀ କରିବା ସମୟରେ ୨ଟି ଲଙ୍ଗଳ ଓ ୪ଗୋଟି ଖଟପୁଆ ଜବତ କରିଥିଲେ। ହେଲେ ଏହି ମାମଲା ରଫାଦଫା କରିବା ପାଇଁ ସେ ୮ ହଜାର ଟଙ୍କା ଦେବାକୁ କହିଥିଲେ। ଦାବି ମୁତାବକ ଟଙ୍କା ନଦେଲେ ଜେଲ ହାଜତକୁ ପଠାଇ ଦେବାକୁ ଅରୁଣଙ୍କୁ ଧମକ ଦେଇଥିଲେ। ଅରୁଣ ଏକକାଳୀନ ଏତେ ଟଙ୍କା ଦେଇପାରିବ ନାହିଁ କରିବାରୁ ଶେଷରେ ୨ଟି ପର୍ଯ୍ୟାୟରେ ୮ ହଜାର ଟଙ୍କା ପ୍ରଦାନ ପାଇଁ କହିଥିଲେ। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ପୂର୍ବରୁ ଅରୁଣ ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ଫରେଷ୍ଟର ମିଶ୍ରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ଅନୁଯାୟୀ ଭିଲିଲାନ୍ସ ଡିଏସ୍‌ପି ପରମେଶ୍ୱର କିସାନ ଫରେଷ୍ଟରଙ୍କୁ ଧରିବା ନିମନ୍ତେ ଜାଲ ବିଛାଇବା ସହ ଅରୁଣ ହାତରେ ୬ଟି ୫ଶହ ଟଙ୍କିଆ ରଙ୍ଗବୋଳା ନୋଟ ଦେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅରୁଣ ଏହି ଟଙ୍କା ଫରେଷ୍ଟର ମିଶ୍ରଙ୍କୁ ଦେବାରୁ ସେ ଏହାକୁ ଟେବୁଲ ଉପରେ ରଖି ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଟଙ୍କା ଜବତ କରିବା ସହ ଫରେଷ୍ଟର ମିଶ୍ରଙ୍କୁ ଗିରଫ କରି ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିଲେ। ଚଢାଉରେ ଦେବଗଡ ଭିଜିଲାନ୍ସ ଇନ୍ସପେକ୍ଟର ସୁଧିର କୁମାର ସାହୁ, ସମ୍ବଲପୁର ଭିଜିଲାନ୍ସ ଇନ୍ସପେକ୍ଟର କର୍ଣ୍ଣେଲିୟସ ବିଲୁଙ୍ଗ, ଏଏସ୍‌ଆଇ ବିଜୟ କୁମାର ପ୍ରଧାନ ସାମିଲ ହୋଇଥିଲେ। ବୁଧବାର ତାଙ୍କୁ କୋର୍ଟ
ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ଭୁବନେଶ୍ୱରକୁ ଜଗିଛି ଅଦୃଶ୍ୟ ଶକ୍ତି! ଚମକାଇଲା ବିଶେଷଜ୍ଞଙ୍କ ଆକଳନ, ଆଗକୁ ଭୟଙ୍କର…

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ ସେତିକିବେଳେ ମେଘ…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

ରାଜନଗର,୧୭ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ପଟ୍ଟାମୁଣ୍ଡାଇ ମୁଖ୍ୟ ତଳ ରାସ୍ତାର ମଦଭାଟିଠାରୁ କିଛି ଦୂରରେ ରାସ୍ତା ତଳକୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି।…

୩୫ ବର୍ଷ ପରେ ଦେଶରେ ନୂଆ ସାପ ପ୍ରଜାତି ଚିହ୍ନଟ : ସାମ୍ନାକୁ ଆସିଲା ରହସ୍ୟମୟ ଦୋମୁହାଁ ସାପ

ଥର୍‌ ମରୁଭୂମି ବିକାନେରର ଜୋଡ଼ବୀଡ଼ କଞ୍ଜରଭେସନ ରିଜର୍ଭରେ ମିଳିଥିବା ଏକ ବିରଳ ସାପର ଚିହ୍ନଟ ‘ସିସ୍ତାନ ସ୍ୟାଣ୍ଡ ବୋଆ’ (Eryx sistanensis) ଭାବରେ କରାଯାଇଛି। ବୈଜ୍ଞାନିକମାନଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri