କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଣିଗାରେଡ଼ି ସନ୍ଦେହରେ ହୋଇଥିଲା ହତ୍ୟା

ଚୌଦ୍ୱାର,୨୪।୧୦(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଡଧୁଆ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଘନ ସୋରେନ(୬୫)ଙ୍କ ମୃତଦେହ ଉଦ୍ଧାର ଘଟଣାର ଚୌଦ୍ୱାର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି। ଘନଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଉକ୍ତ ଗ୍ରାମର ଘନ ଚମ୍ପିଆ। ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଶାବଳ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୨ତାରିଖରେ ଘନ ସୋରେନ ସମଟିକିରା ଗ୍ରାମରେ ଜଣେ ସମ୍ପର୍କୀୟାଙ୍କ ଘରକୁ ଯାଇଥିଲେ। ସେ ଘରକୁ ନ ଫେରିବାରୁ ତାଙ୍କ ପୁଅ ଭଜଗ ସୋରେନ ୧୩ତାରିଖରେ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ୧୪ତାରିଖ ସକାଳେ ଘନ ସୋରେନଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖି ଜଣେ ଗୋରୁ ଜଗୁଆଳି ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସମ୍ପର୍କରେ ପୋଲିସ ଏକ ମାମଲା(ନଂ. ୩୯୨/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତରୁ ଉକ୍ତ ଗ୍ରାମର ଘନ ଚମ୍ପିଆ ହତ୍ୟା କରିଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଘନଙ୍କ ବୟାନ ଅନୁଯାୟୀ, ମୃତ ଘନ ସୋରେନ୍‌ ଗ୍ରାମରେ ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର କରୁଥିଲେ। ଏଥିପାଇଁ ଲୋକେ ତାଙ୍କ ପାଖକୁ ଆସୁଥିଲେ। ତାଙ୍କ ସ୍ତ୍ରୀ ଦୀର୍ଘଦିନ ଧରି ରୋଗାକ୍ରାନ୍ତ ହୋଇଥିବାରୁ ସେ ଅନ୍ୟ ଏକ ଗ୍ରାମରୁ ଜଣେ ଗୁଣିଆଙ୍କୁ ଡାକି ତାଙ୍କ ସ୍ତ୍ରୀର ଝଡ଼ାଫୁଙ୍କା କରାଉଥିଲେ। ହେଲେ ତାଙ୍କ ସ୍ତ୍ରୀ ଭଲ ହେବା ପରିବର୍ତ୍ତ ରୋଗ ଅଧିକ ବଢ଼ିବାରେ ଲାଗିଲା। ସେ ବାହାରୁ ଗୁଣିଆ ଡକାଇ ଥିବାରୁ ଘନ ସୋରେନ ପ୍ରତିଶୋଧ ପରାୟଣ ହୋଇ ପାଲଟା ଗୁଣି କାରିଥିବାରୁ ତାଙ୍କ ସ୍ତ୍ରୀର ରୋଗ ବଢୁଛି ବୋଲି ସନ୍ଦେହ କରିଥିଲେ। ୧୨ତାରିଖ ରାତିରେ ସୋରେନ୍‌ ସମ୍ପର୍କୀୟଙ୍କ ଘରୁ ଫେରୁଥିବାବେଳେ ରାସ୍ତାରେ ଏକୁଟିଆ ପାଇ ସେ ଏକ ଶାବଳରେ ତାଙ୍କୁ ହତ୍ୟା କରିବା ସହିତ ମୃତଦେହକୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଘନ ଚମ୍ପିଆ ପୋଲିସ ଆଗରେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri