କାଜୁ ଉତ୍ପାଦନ, ପ୍ରକ୍ରିୟାକରଣ, ରପ୍ତାନିକୁ ଗୁରୁତ୍ୱ: ୨୩ରେ ଓଡ଼ିଶାରେ ହେବ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ସାରା ଦେଶରେ ଓଡ଼ିଶା ଅନ୍ୟତମ ପ୍ରମୁଖ କାଜୁ ବାଦାମ ଉତ୍ପାଦନ କରୁଥିବା ରାଜ୍ୟ। କାଜୁ ପୁଷ୍ଟିସାର ଜାତୀୟ ଖାଦ୍ୟ ହୋଇଥିବାରୁ ଏହାର ଦେଶ,ବିଦେଶରେ ଚାହିଦା ରହିଛି। ତେଣୁ ଏହା ସ୍ଥିର ଅର୍ଥନୈତିକ ଫାଇଦା ଦିଗ ରହିଥିବାରୁ କାଜୁ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ରପ୍ତାନିକୁ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା ସମେତ ଦେଶରେ କାଜୁ ଉତ୍ପାଦନ କରୁଥିବା ରାଜ୍ୟର ପ୍ରତିନିଧି, କେନ୍ଦ୍ରୀୟ ବିଶେଷଜ୍ଞଙ୍କୁ ନେଇ ଚଳିତ ମାସ ୨୩ରେ ଭୁବନେଶ୍ୱରରେ ଏକ ସମ୍ମିଳନୀ ହେବାକୁ ଯାଉଛି। ଏଥିରେ ମହାରାଷ୍ଟ୍ର, କେରଳ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ନାଟକ, ତାମିଲନାଡୁ, ଗୋଆ ଏବଂ ପଶ୍ଚିମ ବଙ୍ଗ ପ୍ରତିନିଧିଗଣ ଯୋଗଦେବେ। ରାଜ୍ୟରେ ଗଞ୍ଜାମ ଏବଂ ପୁରୀରେ କାଜୁ କଷ୍ଟର ରହିଛି। ଆଗାମୀ ଦିନରେ ଖୋର୍ଦ୍ଧା ଏବଂ ଗଜପତିରେ ନୂଆ କଷ୍ଟର ଖୋଲିବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ କାଜୁ ଶିଳ୍ପର ବିକାଶ ଏବଂ ବିପଣନକୁ କେନ୍ଦ୍ର ପକ୍ଷରୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଭାରତୀୟ କାଜୁ ରପ୍ତାନି ପ୍ରୋତ୍ସାହନ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ରାଜନାଥଙ୍କ ଖୋଲ ଚେତାବନୀ

ନୂଆଦିଲ୍ଲୀ,୧୩।୬: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସିନ୍ଧୁ ନଦୀର ଜଳ ଆତଙ୍କବାଦର ପୃଷ୍ଠପୋଷକଙ୍କ ପାଖରେ ପହଞ୍ଚିବାକୁ ଦିଆଯିବ ନାହିଁ।…

ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ: ବେତନ ବଦଳରେ ଲାଗୁ ହେବ…

ଭୁବନେଶ୍ୱର,୧୩।୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ…

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri