କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ

ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି। ବିମାନଟି ଉଡାଣ ଭରୁଥିବାବେଳେ ଏକ ଦୁଇ ମହଲା କୋଠାରେ ବାଜି ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଯାତ୍ରୀବାହୀ ବିମାନରେ ୧୦୦ ଜଣ ଯାତ୍ରୀ ଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ୭.୨୨ ସମୟରେ ଅଲମାଟି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବା ସମୟରେ କୋଠା ଉପରେ ମାଡ ହୋଇଥିଲା। ବିମାନରେ ୫ ଜଣ କ୍ରୁ’ ମେମ୍ବରଙ୍କ ସହ ୯୫ ଜଣ ଯାତ୍ରୀ ଥିଲେ। ଆହତଙ୍କ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share