Categories: ଖେଳ

କାଜାକସ୍ତାନ, କିର୍‌ଗିଜସ୍ତାନ ଇଭେଣ୍ଟରେ ଭାଗ ନେବେ ଦୂତୀ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଆସନ୍ତା ମାସରେ କାଜାଖସ୍ତାନ ଓ କିର୍‌ଗିଜସ୍ତାନରେ ହେବାକୁଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ମନୋନୀତ ଆଥ୍‌ଲେଟମାନଙ୍କ ମଧ୍ୟରେ ଅଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ଲଙ୍ଗ୍‌ ଜମ୍ପର ଏମ. ଶ୍ରୀଶଙ୍କର। ଏହି ଦୁଇ ଜଣ ଜାତୀୟ ରେକର୍ଡଧାରୀ ଜୁଲାଇ ୬-୭ରେ କାଜାଖସ୍ତାନର ଅଲ୍‌ମାଟିଠାରେ ଜି. କୋସାନୋଭ ମେମୋରିଆଲ ଇଣ୍ଟରନ୍ୟାଶନାଲ ମିଟିଂ ଏବଂ ଜୁଲାଇ ୧୩-୧୪ରେ କିରଗିଜସ୍ତାନର ବିଶ୍‌କେକ୍‌ଠାରେ ଟାଟୟାନା କୋଲ୍‌ପାକୋଭା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏଠାରେ ବୁଧବାର ଅଲିମ୍ପିଆନ ଜି.ଏସ୍‌. ରାନ୍ଧଓ୍ବାଙ୍କ ଅଧ୍ୟକ୍ଷତାରେ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସିଲେକ୍ସନ କମିଟି ବୈଠକ ବସି ଦୁଇଟି ଇଭେଣ୍ଟ ଲାଗି ଦଳ ମନୋନୟନ କରାଯାଇଥିଲା। ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏବଂ ଇଣ୍ଡିଆନ ଗ୍ରାଁ ପ୍ରି ଇଭେଣ୍ଟଗୁଡ଼ିକରେ ପ୍ରଦର୍ଶନକୁ ଭିତ୍ତିି କରି କୋଚ୍‌ମାନଙ୍କ ସୁପାରିସ କ୍ରମେ ଆଥଲେଟ୍‌ମାନଙ୍କୁ ବଛାଯାଇଥିଲା।

Share