Categories: ଜାତୀୟ

କାଗଜବିହୀନ ହେବ ଲୋକ ସଭା

ନୂଆଦିଲ୍ଲୀ,୧ା୮(ପି.ଟି.): ଆଗାମୀ ଅଧିବେଶନରୁ ଲୋକ ସଭା କାଗଜବିହୀନ ହେବ ବୋଲି ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଘୋଷଣା କରିଛନ୍ତି। ଏହାଦ୍ୱାରା ବହୁକୋଟି ଟଙ୍କାର ରାଜସ୍ବ ସଞ୍ଚୟ ହୋଇପାରିବ। ଗୃହରେ ସଦସ୍ୟମାନେ କହିବା ବେଳେ ସ୍କ୍ରିନ୍‌ରେ ସେମାନଙ୍କ ନାମ ଓ ଡିଭିଜନ ନମ୍ବର ପ୍ରଦର୍ଶିତ ହେଉଛି। ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିଥିବାରୁ ବାଚସ୍ପତିଙ୍କୁ ଏମ୍‌ପିମାନେ ପ୍ରଶଂସା କରିଥିଲେ। ଗୃହକାର୍ଯ୍ୟକୁ ଉନ୍ନତ କରିବା ଲାଗି ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରାଯିବ। ଲୋକ ସଭା କାଗଜବିହୀନ ହେବ ବୋଲି ଏହି ଅବସରରେ ସେ କହିଥିଲେ। ତେବେ କୌଣସି ସଦସ୍ୟ କାଗଜ ଚାହିଁଲେ ତାଙ୍କୁ ଯୋଗାଇଦିଆଯିବ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିଲେ।

Share