କାଗଜକଲମରେ ସୀମିତ ଶୌଚାଳୟ ନିର୍ମାଣ

ନୟାଗଡ଼ ଅଫିସ,୧୯।୧୧- ମଙ୍ଗଳବାର ବିଶ୍ୱ ଶୌଚାଳୟ (ପାଇଖାନା) ଦିବସ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଲିଭିଂ ନୋ ୱାନ୍‌ ବିହାଇଣ୍ଡ’। କେହି ଯେମିତି ଶୌଚାଳୟରୁ ବଞ୍ଚତ୍ତ ରହିବେ ନାହିଁ ସେହି ଲକ୍ଷ୍ୟରେ ଜିଲାର ସମସ୍ତଙ୍କ ଘରେ ଶୌଚାଳୟ ଥିବା ନେଇ ନିର୍ଦ୍ଦେଶ ରହିଛି। କିନ୍ତୁ ତାହା ବାସ୍ତବରେ କାର୍ଯ୍ୟକାରୀ ନ ହୋଇ କାଗଜକଲମରେ ଦର୍ଶାଯାଇଛି। କେଉଁଠି ଶୌଚାଳୟ ହୋଇଥିବା ବେଳେ ତାହାର ବିଲ୍‌ ହୋଇନାହିଁ ତ ଆଉ କେଉଁଠି ଟଙ୍କା ଲୋଭରେ ତରବରିଆ ଭାବେ ପାଇଖାନା ଘର ହୋଇଛି। କିନ୍ତୁ ଭିତରେ ଶୌଚ ପାଇଁ ପ୍ୟାନ୍‌ ନାହିଁ। ଏପରି କି କେତେକ ସ୍ଥାନରେ ବିଲ୍‌ ଉଠାଇବା ପାଇଁ କେବଳ ନାମକୁ ମାତ୍ର ଶୌଚାଳୟ ହୋଇଥିବା ଦେଖିବାକୁ ମିଳିଛି।
ବିଭିନ୍ନ ପଞ୍ଚାୟତରେ ହିତାଧିକାରୀମାନଙ୍କର ଶୌଚାଳୟ ହୋଇଥିବା ବେଳେ ତା’ର ମଳଟାଙ୍କି ହୋଇନାହିଁ। ଯେଉଁ ସ୍ଥାନରେ ଟାଙ୍କି ହୋଇଛି ତାହା କେବଳ ଲୋକଦେଖାଣିଆ। ସେହିଭଳି ନୂଆଗାଁ ବ୍ଳକର ଅନେକ ପଞ୍ଚାୟତର ହିତାଧିକାରୀ ୨୦୧୪-୧୫ ଆର୍ଥିକ ବର୍ଷରେ ଶୌଚାଳୟ ନିର୍ମାଣ କରିଥିବା ବେଳେ ତାହାର ଟାଙ୍କି ନ ଥିବା ଦେଖିବାକୁ ମିଳିଛି। ନୟାଗଡ଼ ବ୍ଲକର ଅନେକ ସ୍ଥାନରେ ଧାନବିଲ ମଝିରେ ଶୌଚାଳୟ ହୋଇଥିବା ଦେଖିବାକୁ ମିଳିଛି। ଟଙ୍କା ପାଇବା ପାଇଁ କିଛି ଇଟା ଥୋଇ ଉପରେ ଟିଣ ପକାଇ ରଙ୍ଗକରି ଶୌଚାଳୟ ନିର୍ମାଣ କରିଦେଇଛନ୍ତି। ଫଳରେ ଯେଉଁ ଲକ୍ଷ୍ୟ ରଖି ସରକାର ଶୌଚାଳୟ ନିର୍ମାଣ ପାଇଁ ସହାୟତା ରାଶି ଦେଇଥିଲେ ତାହା ବାଟମାରଣା ହୋଇଥିବା ଜଣାପଡିଛି। ଜିଲାର ୮ଟି ବ୍ଳକରେ ଏହିଭଳି ଅବ୍ୟବସ୍ଥା। ବିଭାଗ କିନ୍ତୁ ଅନିୟମିତତା ହୋଇଥିବାକୁ ସ୍ବୀକାର କରୁନାହିଁ। ଜିଲାରେ ଯେତିକି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା ତାହା ପୂରଣ ହୋଇଥିବା ସୂଚନା ଦିଆଯାଇଛି। ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ଟଙ୍କା ପାଇବା ପାଇଁ ନାମକୁ ମାତ୍ର ଶୌଚାଳୟ କରାଯାଇଥିବା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ପୂର୍ବପରି ବାହାରକୁ ଶୌଚ ପାଇଁ ଯାଉଛନ୍ତି।
ପ୍ରକାଶ ଯେ, ଜିଲାରେ ୮ଟି ବ୍ଲକ ପାଇଁ ୨ ଲକ୍ଷ ୪୧ ହଜାର ୨୦୮ ଶୌଚାଳୟ ହେବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ତାହା ପୂରଣ ହୋଇଥିବା ବିଭାଗ ସୂଚନା ଦେଇଛି। ଭାପୁର ବ୍ଲକରେ ୨୪୩୫୭, ଦଶପଲ୍ଲାରେ ୨୦୫୯୯, ଗଣିଆରେ ୯୧୯୨, ଖଣ୍ଡପଡ଼ାରେ ୩୦୬୫୭, ନୟାଗଡ଼ରେ ୩୮୩୮୮, ନୂଆଗାଁରେ ୨୫୯୬୩, ଓଡ଼ଗାଁରେ ୫୨୧୯୧ ଓ ରଣପୁର ବ୍ଲକରେ ୩୯୮୬୧ ଶଚାଳୟ ନିର୍ମାଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ପୂରଣ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାଗଜକଲମରେ ଏହା ଉଲ୍ଲେଖ କରାଯାଇଥିବା ବେଳେ ବାସ୍ତବରେ ପୂର୍ବରୁ ଯେଉଁଭଳି ଲୋକେ ଶୌଚ ପାଇଁ ବାହାରକୁ ଯାଉଥିଲେ ଏବେ ସେହିଭଳି ଯାଉଛନ୍ତି। ଜିଲାରେ ଶୌଚାଳୟର ଅବ୍ୟବସ୍ଥା ନେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କୁହନ୍ତି, ବିଭିନ୍ନ ସ୍ଥାନରୁ ଏ ନେଇ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରାଯାଉଛି। ପରେ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri