କାକଟପୁର ଥାନା ଅଧିକାରୀଙ୍କ କ୍ୱାର୍ଟରରୁ ଚୋରି

ପୁରୀ ଅଫିସ, ୧୩।୬: ପୁରୀରେ ଦୀର୍ଘ ଦିନ ପରେ ପୁଣି ସକ୍ରିୟ ହୋଇଛନ୍ତି ସିନ୍ଧି ଚୋର। ଶୁକ୍ରବାର ରାତିରେ କ୍ଲର୍କ ରୋଡ୍‌ରେ ଥିବା କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ଘରୁ ଚୋରି କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ସୁଜିତ ଓ ତାଙ୍କ ପରିବାର କାକଟପୁରରେ ରହୁଛନ୍ତି। ଘରେ କେହି ନ ଥିବାର ସୁଯୋଗ ନେଇ ସିନ୍ଧି ଚୋର ଘରେ ପଶି ଗୋଦ୍‌ରେଜ୍‌ ଭାଙ୍ଗି ସୁନା ଗହଣା ଓ ଟଙ୍କା ଚୋରି କରିଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ଡଗ୍‌ କ୍ୱାର୍ଡ ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି। ଏ ନେଇ ଏମ ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ତଦନ୍ତ ପରିସରକୁ ଅଣାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।