କାକଟପୁରରେ ବିଜେଡି ଆଗୁଆ

କାକଟପୁର, ୨୩।୫(ଡି.ଏନ୍‌.ଏ.)-ଜଗତସିଂପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ବିଧାନସଭାରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ୯୦୫୫ ଭୋଟ ପାଇ ଆଗୁଆ ଅଛନ୍ତି। ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ ୪୯୬୮ ଏବଂ ଭାଜପା ପ୍ରାର୍ଥୀ ରବି ମଲ୍ଲିକ ୪୩୯୮ଭୋଟ ପାଇ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।