Categories: ଜାତୀୟ

କାଉଡିଆଙ୍କ ସୁବିଧା ପାଇଁ ଟ୍ରେନ୍‌ରେ ବଗି ବଢାଇଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧୬।୭: ଆରମ୍ଭ ହୋଇ ଯାଇଛି ଶ୍ରାବଣମାସ। ଏହାସହ କାଉଡିଆଙ୍କ କାଉଡି ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ସେମାନଙ୍କ ଉପରେ ହେଲିକପ୍ଟର ମାଧ୍ୟମରେ ଫୁଲ ପକାଇବା ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ସେମାନଙ୍କର ଯାତ୍ରା ପାଇଁ ଟ୍ରେନ୍‌ରେ ଅଧିକ ବଗି ଲଗାଯାଇଛି। ଏହାସହ ଦିଲ୍ଲୀରୁ ଶାମଲି ମଧ୍ୟରେ ଯାଉଥିବା ଡିଆଇଏମ୍‌ୟୁ ଟ୍ରେନ୍‌କୁ ହରିଦ୍ୱାର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। କେବଳ ସେତିକି ନୁହେଁ ଏହାର ଷ୍ଟେଶନ ସଂଖ୍ୟାକୁ ମଧ୍ୟ ବଢାଇ ଦିଆଯାଇଛି। ଅର୍ଥାତ୍‌ ନିର୍ଦ୍ଧାରିତ ଷ୍ଟେଶନ ଅପେକ୍ଷା ଆଉ କେତେକ ସ୍ଥାନରେ ମଧ୍ୟ ଟ୍ରେନ୍‌ ଅଟକିବାର ବ୍ୟବସ୍ଥା ରହିଛି।

Share