Categories: ଜାତୀୟ

କାଉଡିଆଙ୍କ ଉପରେ ଫୁଲ ବର୍ଷା କଲେ ପୋଲିସ କର୍ମୀ

ମୁଜାଫରପୁର,୨୭।୭: ଶ୍ରାବଣ ମାସରେ ଶିବଭକ୍ତମାନେ ଶିବଙ୍କୁ ଜଳଲାଗି କରିବାକୁ କାଉଡି ଯାତ୍ରାରେ ବାହାରିଥାଆନ୍ତି। ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ଏହି କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ସେମାନଙ୍କ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସହ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହସହ ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖାଯିବା ସହ ଶନିବାର ଏହି ଯାତ୍ରାରେ ବାହାରି ଥିବା ଶିବଭକ୍ତଙ୍କ ଉପରକୁ ପୋଲିସ କର୍ମୀମାନେ ପୁଷ୍ପ ବୃଷ୍ଟି କରିଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିଲା।

Share