Categories: ଜାତୀୟ

କହ୍ନେୟାଙ୍କ ନଁ। ରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ,୨୯ା୨(ପି.ଟି.): ଜବାହରଲାଲ ନେହେରୁ ଛାତ୍ର ସଂସଦ (ଜେଏନ୍‌ୟୁଏସ୍‌ୟୁ)ର ପୂର୍ବତନ ସଭାପତି କହ୍ନେୟା କୁମାର ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ଚାଲିବ। ଏଥିପାଇଁ ଦିଲ୍ଲୀ ସରକାର ପୋଲିସକୁ ଅନୁମତି ଦେଇଛନ୍ତି। ୨୦୧୬ ଦେଶଦ୍ରୋହ ମାମଲାରେ କହ୍ନେୟାଙ୍କ ସମେତ ଜେଏନ୍‌ୟୁ ଛାତ୍ର ଉମର ଖଲିଦ ଏବଂ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ସମ୍ପୃକ୍ତ ଥିବାନେଇ ଜାନୁୟାରୀ ୧୪ରେ ଦିଲ୍ଲୀ ପୋଲିସ ଚାର୍ଜଶିଟ୍‌ ଦାଖଲ କରିଥିଲା। ୨୦୧୬ ଫେବୃୟାରୀ ୯ରେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ଏକ ଉତ୍ସବ ଚାଲିଥିବାବେଳେ ସେମାନେ ପହଞ୍ଚତ୍ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। କହ୍ନେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ତୁରନ୍ତ ସରକାର ନିଷ୍ପତ୍ତି ନେବେ ବୋଲି ୯ ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରତିଶ୍ରୁତି ଦେଇଥିଲେ। ଦିଲ୍ଲୀର ଏକ ଅଦାଲତ ମଧ୍ୟ ଜେଏନ୍‌ୟୁ ଦେଶଦ୍ରୋହ ମାମଲାରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ଲାଗି ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

Share