କହିଦେଉଥାଏ ପରକୁ

ମୀରା ବେଉରା

ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର ପରିଚ୍ଛନ୍ନ ଅର୍ଥାତ୍‍ ଆଖି, କାନ, ନାକ, ପାଟି ଶରୀର, ମୁଣ୍ଡ ଆଦି ପରିଷ୍କାର କରିବା ସହ ଅନ୍ତଃ ପରିଷ୍କାର ଅର୍ଥାତ୍‍ ହିଂସା ,ଈର୍ଷା ଘୃଣା ଆଦିକୁ ତ୍ୟାଗକରି ନିଜ ନିଜ ଭିତରେ କିପରି ସଦ୍‍ଭାବନା ,ଶ୍ରଦ୍ଧା ,ସଦିଚ୍ଛା ରକ୍ଷାକରିବେ ସେ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଲି। ଏହାପରେ ଘରକୁ ଆସି ଦେଖେ ତ ନିଜ ଘରର ଜିନିଷପତ୍ର ସବୁ ଅସଜଡ଼ା ହୋଇ ସେମିତି ପଡ଼ିଛି। ଯେମିତି ଚାହୁଁଥିଲି ସେମିତି ଘରକୁ ସଜାଡ଼ିପାରୁ ନ ଥିଲି, ତେଣୁ ନିଜେ ଲଜ୍ଜିତ ଅନୁଭବକଲି। ଭାବିଲି ମୁଁ ନିଜେ କହୁଛି ଗୋଟେ କଥା କିନ୍ତୁ ତାହା କାର୍ଯ୍ୟରେ ପରିଣତ କରିପାରୁନାହିଁ। ମୋ ଭିତରେ ଯେ ହିଂସା, ଈର୍ଷା, ଘୃଣା କାହା ପ୍ରତି ନ ଥିଲା ତାହା ମୁଁ ସ୍ବୀକାର କରିପାରିବି ନାହିଁ। ଥରେ ଜଣେ ବିଶିଷ୍ଟ ସାମାଜିକ କର୍ମୀଙ୍କୁ ଦେଖିଲି ସେ ସବୁବେଳେ ନିଜ ଶାଶୁଶଶୁରଙ୍କର ସେବା କରୁଥିବାର ସୁନ୍ଦର ସୁନ୍ଦର ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଥିଲେ। କେବଳ ସେତିକି ନୁହେଁ, ସେ ବିଭିନ୍ନ ଜରାଶ୍ରମକୁ ଯାଇ ଲୋକକୁ କେମିତି କୋଳେଇ ନେଇ ଭଲ ପାଉଛନ୍ତି ତାକୁ ମଧ୍ୟ ସୁନ୍ଦର ଭିଡିଓକରି ଦେଖାଉଥିଲେ। ଏସବୁ ଦେଖି ମୁଁ ଭାବୁଥିଲି ସତରେ ଏତେ ଭଲ ମଣିଷ ଅଛନ୍ତି ଏ ସଂସାରରେ। ତା ପରେ କିଛିଦିନ ପରେ ଦେଖିଲି ସେବା କରୁଥିବା ମହିଳା ଜଣକ ଯାହା ବାହାରକୁ ଦେଖାଉଛନ୍ତି ପ୍ରକୃତରେ ସେ ସେପରି ନୁହନ୍ତି। ଆଉ ମଧ୍ୟ ଜାଣିବାକୁ ପାଇଲି ଯେ ସେ ତାଙ୍କ ଶାଶୁଶଶୁରଙ୍କୁ ଘରୁ ସମୂର୍ଣ୍ଣ ବାହାର କରିଦେଇ ନିଜେ ଅଲଗା ଗୋଟିଏ ସୁନ୍ଦର ଫ୍ଲାଟ୍‍ରେ ରହୁଛନ୍ତି। ଆଖିକୁ ବିଶ୍ୱାସ କରିପାରୁ ନ ଥିଲି ମୁଁ। ସତରେ ଯାହା ବାହାରକୁ ଦେଖାଯାଏ ତାହା କଦାପି ସତ ନୁହେଁ। ସେଦିନ ମୋର ଏହା ହୃଦ୍‍ବୋଧ ହେଲା।
ଆଉ ଦିନେ ଦେଖିଲି ଦୁର୍ନୀତି ନିବାରଣ ସପ୍ତାହ ଚାଲିଥାଏ। ଦୂରଦର୍ଶନ ଓ ଖବରକାଗଜରେ ଦେଖିଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ତ ଅଫିସର ଦୁର୍ନୀତିକୁ ବିରୋଧକରି ଶପଥ ପାଠ କରୁଥାନ୍ତି ଯେ ସେମାନେ ଦୁର୍ନୀତି କରିବେନାହିଁ କି ଦୁର୍ନୀତିକୁ ପ୍ରଶ୍ରୟ ଦେବେନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଦେଖିଲି, ଜଣେ ସର୍ବାଧିକ ନମ୍ବର ରଖି ଓଏଏସ୍‍ ଟପର ହୋଇଥିବା ଅଫିସର ମାତ୍ର କେଇଟା ଟଙ୍କା ଲାଞ୍ଚ ନେଇ ଶେଷରେ ଧରାପଡ଼ିଥିଲେ ଭିଜିଲାନ୍ସ ଜାଲରେ। କିନ୍ତୁ ସେହି ବ୍ୟକ୍ତି ଦିନେ ଶପଥ ନେଇଥିଲେ ଦୁର୍ନୀତି ନିବାରଣ କରିବା ପାଇଁ।
ଏଇଠି ମନେପଡୁଛି ଆଉ ଜଣେ ମହୀୟସୀ ମହିଳାଙ୍କ କଥା। ଜଣେ ମହିଳା କମିଶନର ଥିଲେ। ସେ ପ୍ରାୟ ସହରର ସବୁ ମଞ୍ଚରେ ଯୌତୁକ ନିର୍ଯାତନା ଅଭିଯୋଗ ବିରୋଧରେ ଓ ଲିଙ୍ଗଗତ ଅସମାନତା ତଥା ମହିଳାମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱଦେବା ସହ ଲମ୍ବା ଭାଷଣ ଦେଇ ଶ୍ରୋତାଙ୍କ ଆସ୍ଥାଭାଜନ ହୁଅନ୍ତି । କିନ୍ତୁ ବହୁଦିନ ବିତିଗଲା ପରେ ଦେଖିଲି, ସେ ନିଜେ ତାଙ୍କ ବୋହୂକୁ ଏତେ ମାତ୍ରରେ ନିର୍ଯାତନା ଦେଲେ ଯେ ବୋହୂ ଶେଷରେ ଆତ୍ମହତ୍ୟା କରିବାକୁ ଯାଇ ନଦୀକୁ ଡେଇଁପଡ଼ିଥିଲା। କିନ୍ତୁ ସ୍ଥାନୀୟ ଲୋକେ ତାକୁ ବଞ୍ଚାଇଥିଲେ। ଏମିତି ବି ଦେଖିବାକୁ ମିଳିଥିଲା ସଡ଼କ ସୁରକ୍ଷା ସପ୍ତାହ ଚାଲିଥତ୍ବା ସମୟରେ । ଏହା ଉପରେ ଲମ୍ବା ଲମ୍ବା ଭାଷଣ ଦେଉଥିବା ବ୍ୟକ୍ତି କିନ୍ତୁ ରାସ୍ତାରେ ଯିବା ସମୟରେ ନିଜେ ହେଲ୍‍ମେଟ୍‍ ନ ପିନ୍ଧି ଅନେକବାର ଦୁର୍ଘଟଣାର ସମ୍ମୁଖୀନ ହୋଇ ମାସ ମାସ ମେଡିକାଲରେ ପଡ଼ିରହନ୍ତି। ଏଇଠି ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି, ସତରେ ଆମେ କହୁ ଗୋଟିଏ କଥା, କିନ୍ତୁ କାର୍ଯ୍ୟରେ ଏହାର ବିପରୀତ କାର୍ଯ୍ୟକରୁ। ଏ ବ୍ୟତିକ୍ରମ କାହିଁକି? । ଆମେ ପ୍ରାୟତଃ ସୋସିଆଲ ମିଡିଆରେ ନିଜକୁ ଯେତିକି ଖୁସି ରହିଥିବାର ଦେଖାଉ ପ୍ରକୃତରେ ଆମେ ସେତିକି ଖୁସି ନ ଥାଉ। ଆଉ ମଧ୍ୟ ଆମେ ନିଜକୁ ଯେତେ ଭଲ ମଣଷଟିଏ ବୋଲି ପ୍ରମାଣ କରିବାକୁ ଚାହୁଁ ପ୍ରକୃତରେ କିନ୍ତୁ ଠିକ୍‍ ଓଲଟା। ଆମେ କହୁଥିବା କଥା ଯଦି ନିଜେ କାର୍ଯ୍ୟରେ ପରିଣତ ନ କରିବା ତେବେ ସୁନାର ଭାରତ ଗଢ଼ିବା ପାଇଁ ଯେଉଁ ସ୍ବପ୍ନ ଆମ ପୂର୍ବସୁରୀମାନେ ଦେଖିଥିଲେ ତାହା କଦାପି ସମ୍ଭବ ହେବନାହିଁ। ଉଚ୍ଚାରଣ ଓ ଆଚରଣ ଭିତରେ ଯଦି ପ୍ରାର୍ଥକ୍ୟ ରହେ ତେବେ ଆମେ ନିଜ ସହ ଛଳନା କରୁନାହୁଁ ତ ଆଉ କଣ?
ଦେଉଳସାହି, ତୁଳସୀପୁର,କଟକ
ମୋ:୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

ସୁରକ୍ଷାର କବଚ ବିକାଶ

ଆଲେକ୍‍ଜାଣ୍ଡର ଡି କ୍ରୁ ଚଳିତ ବର୍ଷ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଭୂରାଜନୈତିକ ସ୍ଥିତି, ପ୍ରଭାବର କ୍ଷେତ୍ର, ନାଟୋର ଭବିଷ୍ୟତ ତଥା ପ୍ରତିରକ୍ଷା ବଜେଟ ସମ୍ପର୍କରେ ବିସ୍ତୃତ ଆଲୋଚନା…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ…

ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri