Categories: ଜାତୀୟ

କଶ୍ମୀର ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନର ଶୁଣାଣି ଶେଷ କରି ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନା, ଆର୍‌. ସୁଭାଷ ରେଡ୍ଡୀ ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନର ଶୁଣାଣି କରିଥିଲେ। ଆବେଦନକାରୀ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟରେ କହିଥିଲେ, ଜମ୍ମୁ-କଶ୍ମୀରରେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ଆମେ ବୁଝିପାରୁଛୁ। ମୋଟ ୭୦ ଲକ୍ଷ ଲୋକଙ୍କୁ ଏଭଳି ବନ୍ଦ କରି ରଖାଯାଇପାରିବ ନାହିଁ । ଅନ୍ୟତମ ପିଟିଶନର ‘କଶ୍ମୀର ଟାଇମ୍ସ’ର ସମ୍ପାଦକ ଅନୁରାଧା ଭାସିନଙ୍କ ପକ୍ଷରୁ ଆଇନଜୀବୀ ବ୍ରିନ୍ଦା ଗ୍ରୋଭର ଉପସ୍ଥିତ ରହି କଶ୍ମୀରରେ ଲାଗୁ ହୋଇଥିବା କଟକଣା ଅସାମ୍ବିଧାନିକ ବୋଲି କହିଥିଲେ।

Share