Categories: ଜାତୀୟ

କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟ: ଜୟଶଙ୍କରଙ୍କ ଉପସ୍ଥିତିରେ ହୋଇଥିଲା ମୋଦି-ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ, ୨୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ବୁଧବାର ସଂସଦରେ ପ୍ରବଳ ହଙ୍ଗାମା ଜାରି ରହିଛି। କଂଗ୍ରେସ ପକ୍ଷରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯାଇ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରାଯାଇଛି। ଏହି ପ୍ରସଙ୍ଗରେ ଲେକା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସରକାରଙ୍କ ପକ୍ଷରୁ ମନ୍ତବ୍ୟ ଦେବା ପାଇଁ ଉଠିଲା ବେଳକୁ ବିରୋଧୀ କକ୍ଷତ୍ୟାଗ କରିଥିଲେ। ରାଜନାଥ କହିଥିଲେ, ମୋଦି-ଟ୍ରମ୍ପ ଆଲୋଚନାବେଳେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଉପସ୍ଥିତ ଥିଲେ। କଶ୍ମୀର ସମସ୍ୟା ମଧ୍ୟସ୍ଥତା କରିବା ପାଇଁ ଭାରତ ସବୁବେଳେ ତୃତୀୟ ସପକ୍ଷକୁ ବିରୋଧ କରିଆସିଛି। ତେଣୁ ମୋଦି ଏକଥା କହିବା ଅସମ୍ଭବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତ କରିଥିବାବେଳେ ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମତ ରଖିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ କହିଥିଲେ। ଇମ୍ରାନ ମଧ୍ୟ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ କହିଥିଲେ।

Share