କଶ୍ମୀର ପଣ୍ଡିତଙ୍କୁ ଭେଟି କହିଲେ ମୋଦି: ତୁମେମାନେ ବହୁତ ସହିଛ, ଏବେ ମିଶିକି ନୂଆ କଶ୍ମୀର ଗଠନ କରିବା

ହ୍ୟୁଷ୍ଟନ,୨୨।୯: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଖୁସିରେ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଶ୍ମୀର ପଣ୍ଡିତଙ୍କ ଦୁଃଖ ଉପରେ ମତ ରଖି ମୋଦି କହିଥିଲେ, ତୁମେମାନେ ବହୁତ ସହିଛ, ଏବେ ପରିସ୍ଥିତି ବଦଳି ଯାଇଛି। ଆମେ ସମେସ୍ତ ମିଶି ‘ନୂଆ କଶ୍ମୀର’ ଗଠନ ପାଇଁ ପ୍ରୟାସ କରିବା। ସୂଚନାଯୋଗ୍ୟ, ମୋଦି ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉପସ୍ଥିତ ୫୦ ହଜାର ଲୋକଙ୍କୁ ଉଦବୋଧନ ଦେବେ। ଏହି ସମୟରେ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ।

Share