Categories: ଜାତୀୟ

କଶ୍ମୀର ଆମ ହାତରୁ ଖସିଯାଇପାରେ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବ ପରେ ହୁଏତ କେହି ବଡ ବଡ କଂଗ୍ରେସ ନେତା ଏହା ଉପରେ ପ୍ରତିକ୍ରିୟା ରଖି ନ ଥିଲେ। ହେଲେ ଏବେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ କହିଛନ୍ତି କଶ୍ମୀର ଆମ ହାତରୁ ଚାଲିଯାଇପାରେ। କାରଣ ଭାଜପା ନିଆଁରେ ହାତ ରଖିଛି। ଏବେ କଶ୍ମୀର ଜଳୁଛି ତେଣୁ ଆଗାମୀ ଦିନରେ ଏହାର ଭୟଙ୍କର ପରିଣତି ଭାଜପାକୁ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି। ତେଣୁ କେନ୍ଦ୍ରର ଏଭଳି ନିଷ୍ପତ୍ତି ପାଇଁ କଶ୍ମୀର ଆମ ହାତରୁ ଚାଲିଯାଇପାରେ। ଅନ୍ୟପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ ମଧ୍ୟ କହିଛନ୍ତି କଶ୍ମୀର ମୁସଲିମ ବହୁଳ ହୋଇଥିବାରୁ ଭାଜପା ଏଠାରୁ ୩୭୦ ଉଚ୍ଛେଦ କରିଛି।

Share