କଶ୍ମୀରୀଙ୍କ ମାନବାଧିକାର ସୁରକ୍ଷାକୁ ଗୁରୁତ୍ୱ ଦିଅ

ଜେନିଭା,୧୦ା୯(ପି.ଟି.)-୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ଓ ପାକ୍‌ପଟୁ ଦେଖାଦେଇଥିବା ବିପଦକୁ ନେଇ ଜାତିସଂଘ ମାନବାଧିକାର ସୁରକ୍ଷା କମିଶନ (ୟୁଏନ୍‌ଏଚ୍‌ଆର୍‌ସି) ଚିନ୍ତାବ୍ୟକ୍ତ କରିଛନ୍ତି। ଭାରତ ଓ ପାକିସ୍ତାନ କଶ୍ମୀରୀଙ୍କ ମାନବାଧିକାର ସୁରକ୍ଷାକୁ ଗୁରୁତ୍ୱ ଦେବା ଲାଗି ସୋମବାର ୟୁଏନ୍‌ଏଚ୍‌ଆର୍‌ସି ମୁଖ୍ୟ ମିଚେଲେ ବାଚେଲେଟ୍‌ କହିଛନ୍ତି। କଶ୍ମୀରରେ ଲାଗିଥିବା କଟକଣା ସହ ସ୍ଥାନୀୟ ରାଜନେତାଙ୍କୁ ଅଟକ ରଖାଯାଇଛି। ସୀମାର ଉଭୟ ପଟେ ଉତ୍ତେଜନା ଲାଗି ରହିଛି। ଭାରତ ସରକାର ତୁରନ୍ତ କର୍ଫ୍ୟୁ ହଟାଇ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଲାଗି ପ୍ରୟାସ କରନ୍ତୁ ବୋଲି ବାଚେଲେଟ୍‌ କହିଛନ୍ତି। ପାକିସ୍ତାନ ଅଯଥା ଦ୍ୱନ୍ଦ୍ୱରୁ ଦୂରେଇ ରହି ବିବେକହୀନ ମନ୍ତବ୍ୟ ଦେବା ବନ୍ଦକରୁ ବୋଲି ସେ ପ୍ରକାଶ କରିଛନ୍ତି।

Share