‘କଶ୍ମୀରୀଙ୍କୁ ସମର୍ଥନ ଏକ ଜେହାଦ’

ଇସ୍‌ଲାମାବାଦ,୩୦ା୯(ପି.ଟି.): କଶ୍ମୀର ପ୍ରସଙ୍ଗରେ ବିଶ୍ୱର ସମର୍ଥନ ନ ମିଳିଲେ ନାହିଁ, ପାକିସ୍ତାନ କିନ୍ତୁ ତା’ର ଅଭିଯାନ ଜାରି ରଖିବ। କଶ୍ମୀରୀଙ୍କ ସହ ଛିଡ଼ା ହେବା ଏକ ଜେହାଦ(ଧର୍ମଯୁଦ୍ଧ) ବୋଲି ଆମେରିକାରୁ ଫେରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କହିଛନ୍ତି।
ସାଧାରଣ ସଭାର ୭୪ତମ ଅଧିବେଶନରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରିଥିବା ଇମ୍ରାନ୍‌ ରବିବାର ଇସ୍‌ଲାମାବାଦ ଫେରିଛନ୍ତି। ସେ କହିଛନ୍ତି, କଶ୍ମୀରବାସୀଙ୍କ ସହ ବିଶ୍ୱ ରହୁ କି ନ ରହୁ ଆମେ ସେମାନଙ୍କୁ ସମର୍ଥନ କରିବା। ଆମେ ଏପରି କରିବା ଦ୍ୱାରା ଆଲ୍ଲା ଖୁସିହେବେ। ଏହା ଏକ ସଂଗ୍ରାମ। ଖରାପ ସମୟରେ ମନ ଊଣା କରିବା ଅନୁଚିତ। କଶ୍ମୀରୀମାନେ ଆମର ସମର୍ଥନ ଲୋଡ଼ୁଥିବାବେଳେ ଆମେ ସେମାନଙ୍କୁ ନିରାଶ କରିବା ଠିକ୍‌ ନୁହେଁ। କଶ୍ମୀରବାସୀଙ୍କୁ ସମର୍ଥନ ମିଳିଲେ ସେମାନେ ବିଜୟୀ ହେବେ ବୋଲି ଇମ୍ରାନ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି।

Share