Categories: ଜାତୀୟ

କଶ୍ମୀରର ୧୦୦ ଜଣିଆ ପ୍ରତିନିଧିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୩।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କଶ୍ମୀରର ୧୦୦ ଜଣିଆ ଏକ ପ୍ରତିନିଧି ଦଳଙ୍କୁ ନିଜ କାର୍ଯ୍ୟାଳୟରେ ଭେଟିଛନ୍ତି। ଏହି ପ୍ରତିନିଧି ଦଳରେ କଶ୍ମୀରର ୨୨ ଜଣ ସରପଞ୍ଚ ସାଙ୍ଗକୁ ଅନେକ ସରକାରୀ ଅଧିକାରୀ ରହିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ -କଶ୍ମୀରରେ ଶାନ୍ତି ବଜାୟ ରହିବ ସେନେଇ ପ୍ରତିନିଧି ମଣ୍ଡଳ ସହ ଆଲୋଚନା କରିଛନ୍ତି ଶାହ। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା। ଏବେ ଧିରେ ଧିରେ ସେଠାରେ ସାମାନ୍ୟ ହେବାରେ ଲାଗିଛି।

Share