କଶ୍ମୀରରେ ପ୍ରସଙ୍ଗରେ ଏମିତି କଥା ଶୁଣି ଚିଡିଗଲେ ଟ୍ରମ୍ପ୍‌: ଇମ୍ରାନ ରହିଲେ ଚୁପ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ସାକ୍ଷାତ କରିଛନ୍ତି। ଆଲୋଚନାବେଳେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଟ୍ରମ୍ପ ଏହାକୁ ଏଡାଇ ଯାଇ ଭାରତ ତୃତୀୟ ପକ୍ଷ ଏଥିରେ ସାମିଲ ହେବାକୁ ଚାହୁଁନାହିଁ ବୋଲି କହିଥିଲେ। ପରେ ଟ୍ରମ୍ପ ଏହି ପ୍ରସଙ୍ଗରେ ନିଜ ପୁରୁଣା କଥା ଦୋହରାଇ ଦୁଇ ପକ୍ଷ ରାଜି ହେଲେ ଯାଇ ସେ ମଧ୍ୟସ୍ଥି କରିବେ ବୋଲି ସିଧାସିଧା କହିଥିଲେ। ଏହି ଅବସରରେ ପାକିସ୍ତାନର ଜଣେ ଖବରଦାତା ଟ୍ରମ୍ପଙ୍କୁ କଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ ପ୍ରଶ୍ନ ପଚାରିଥିଲେ। ଟ୍ରମ୍ପ ଏହି ପ୍ରଶ୍ନରେ ଚିଡି ଯାଇ ଇମ୍ରାନଙ୍କୁ ଏମିତି ଖବରଦାତା କେଉଁଠୁ ଆଣୁଛ ବୋଲି ପ୍ରଶ୍ନ କରିଥିଲେ। ଇମ୍ରାନ୍‌ ଟ୍ରମ୍ପ୍‌ଙ୍କ ପ୍ରଶ୍ନରେ ଚୁପ୍‌ ରହିଥିଲେ। ସୂଚନାଯୋଗ୍ୟ,ଜାତିସଂଘ ସାଧାରଣ ପରିଷଦ ବୈଠକ ପୂର୍ବରୁ ଏହି ଦୁଇ ନେତା ପରସ୍ପରକୁ ଭେଟିଥିଲେ।

Share