Categories: ଜାତୀୟ

କଶ୍ମୀରରେ ଆକ୍ରମଣ ପାଇଁ ନୂଆ ଯୋଜନା କରୁଛି ଆଇଏସ୍‌

ଶ୍ରୀନଗର,୩୧।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ଏଠାରେ ଏବେ ଆକ୍ରମଣ କରିବାକୁ ନୂଆ ଯୋଜନ କରୁଛି ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌। ଏବେ ଏହି ସଙ୍ଗଠନ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ସହ ମିଶି କାଶ୍ମୀରକୁ ଆସୁଥିବା ବାହାର ରାଜ୍ୟର ଲୋକଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରୁଥିବା ଗୋଇନ୍ଦା ବିଭାଗ ସୂଚନା ଦେଇଛି। ବିଶେଷ କରି ପାକିସ୍ତାକୁ ଲାଗି ରହିଥିବା ଦକ୍ଷିଣ କଶ୍ମୀରରେ ଏମାନେ ଅଶାନ୍ତ ପରିବେଶ ସୃଷ୍ଟି କରିବା ଯୋଜନାରେ ଥିବା ଜଣାପଡିଛି। ଏହାକୁ ନେଇ ଗୋଇନ୍ଦା ସଂସ୍ଥା କହିଛି, ଇସଲାମାବାଦର ମୂଳ ଲକ୍ଷ୍ୟ ହେଉଛି କଶ୍ମୀରବାସିନ୍ଦା ଓ ବାହାର ରାଜ୍ୟର ଲୋକଙ୍କ ମଧ୍ୟରେ ଦୂରତା ବଢାଇବା। ଏହାସହ କେନ୍ଦ୍ର ଶାସିତ ଅଞ୍ଚଳରେ ଭାରତୀୟଙ୍କ ପ୍ରବେଶକୁ ରୋକିବା।

Share