Categories: ଜାତୀୟ

କଶ୍ମୀରକୁ ନେଇ ଆକ୍ସନ ମୁଡରେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଜମ୍ମୁ କଶ୍ମୀରରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆକ୍ସନ ମୁଡରେ ଆସିଯାଇଛନ୍ତି। ପଦ ସମ୍ଭାଳିବା ପରେ ଗତ ୪ ଦିନ ହେଲା ଅଫିସରଙ୍କ ସହ ସେ ଲଗାତାର ବୈଠକ କରିସାରିନ୍ତି। ମଙ୍ଗଳବାର ଆୟୋଜିତ ବୈଠକରେ ଅମିତ ଶାହଙ୍କ ସମେତ ଗୃହ ସଚିବ ରାଜୀବ ଗୌବା, ଆଡିଶନାଲ ସଚିବ(କଶ୍ମୀର) ଜ୍ଞାନେଶ କୁମାର ସାମିଲ ହୋଇଥିଲେ। ଏହି ବୈଠକରେ କଶ୍ମୀର ପରିସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ଏଥିସହ ଅମରନାଥ ଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ଆତଙ୍କବାଦୀଙ୍କ ବିରୋଧରେ ଜାରି ରହିଥିବା ଅପରେସନ୍‌ ଉପରେ ଆଲୋଚନା କରିଥିଲେ ଶାହ।

Share