କଳ୍ପନା ଦାଶ, ବବ୍‌ଲି ହତ୍ୟା ଘଟଣା: ମରାଠା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ଘଟଣାରେ ଏବେ ଛତିଶଗଡ଼ ପୋଲିସ ଅଡୁଆରେ ପଡିଛି। ଅଭିଯୁକ୍ତ ଅନୁପ ଏବଂ ଡ୍ରାଇଭର ବର୍ଦ୍ଧନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ ଲାଗି ଚ୍ୟାଲେଞ୍ଜ ହେଉଥିବାବେଳେ ଏବେ ଏକ ମରାଠା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ଗୁରୁବାର ଅନୁପଙ୍କ ଏକ ବୋଲେରୋ ଜବତ କରିଛି। ଅନ୍ୟପଟେ ହତ୍ୟା ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଅନୁପଙ୍କୁ ଘଟଣାସ୍ଥଳକୁ ନେଇ ଡେମୋ ଦେଖାଇବା ଏକ ବଡ ପ୍ରମାଣ ସଦୃଶ ହେବ। ଗୋଟିଏପଟେ ଅନୁପ ସାଏଙ୍କ ପରିବାର ଓ ତାଙ୍କ ଓକିଲ ସେ ନିର୍ଦ୍ଦୋଷ ତାଙ୍କୁ ଫସାଇ ଦିଆଯାଇଛି ବୋଲି କହୁଥିବାବେଳେ ଅନ୍ୟପଟେ କଳ୍ପନା ଓ ତାଙ୍କ ଝିଅଙ୍କ ମୃତଦେହକୁ ପ୍ରଥମେ ଦେଖିଥିବା ବ୍ୟକ୍ତି କମଳେଶ ଗୁପ୍ତା ପ୍ରଥମେ ଏହାକୁ ଏକ ଦୁର୍ଘଟଣା ଥିଲା ବୋଲି ପୋଲିସ ଆଗରେ କହିଥିଲେ। ସେହିଭଳି ଅନୁପ ଏବଂ ବର୍ଦ୍ଧନଙ୍କୁ ପୋଲିସ ପଚରାଉଚରା ବେଳେ ଏହା ପଛରେ ମରାଠା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ହେବାରୁ ଅନୁପଙ୍କୁ ମାରାଥନ ଜେରା କରୁଛି। ଆଇଜି ଦିପାଂଶୁ କାବ୍ରା କହିଛନ୍ତି, ଏପର୍ଯ୍ୟନ୍ତ ଅଭିଯୁକ୍ତ କଥାରେ କିଛି ତାଳମେଳ ରହୁନାହିଁ। ତେଣୁ ଏନେଇ ଅଧିକ ପ୍ରମାଣ ଯୋଗାଡ କରାଯିବ। ଛତିଶଗଡରେ ସକ୍ରିୟ ଥିବା ମରାଠା ଗ୍ୟାଙ୍ଗର ହାତ ଥିବା ନେଇ ସନ୍ଦେହ କରାଯାଉଛି।
ନାର୍କୋ ଟେଷ୍ଟ ବିରୋଧରେ ଅନୁପଙ୍କ ଓକିଲ
କଳ୍ପନା ଏବଂ ବବ୍‌ଲି ହତ୍ୟା ମାମଲାରେ ପୋଲିସର ଅନୁପଙ୍କ ନାର୍କୋ ଟେଷ୍ଟ ଉଦ୍ୟମକୁ ବିରୋଧ କରିଛନ୍ତି ଅନୁପଙ୍କ ଓକିଲ। ସେ କହିଛନ୍ତି, ଅନୁପଙ୍କ ଦେହ ଅସୁସ୍ଥ ଥିବାରୁ ଏହି ପରୀକ୍ଷା କରାଗଲେ ତାଙ୍କ ଶରୀର ଉପରେ ପ୍ରଭାବ ପକାଇବ। ଏପରିକି ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଅନ୍ୟପଟେ ପୋଲିସ ନାର୍କୋ ଟେଷ୍ଟ ପାଇଁ କରିଥିବା ଆବେଦନରେ ତ୍ରୁଟି ଥିବାରୁ କୋର୍ଟ ଏହାକୁ ଗୁରୁବାର ଖାରଜ କରିଦେଇଛି। ତେଣୁ ପୁଣିଥରେ ପୋଲିସ ଆବେଦନ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri