କଳିଙ୍ଗ ବାଲିଯାତ୍ରା ଆୟୋଜନରେ ସ୍ବଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ : ଟେଣ୍ଡର ପୂର୍ବରୁ ନିର୍ମାଣ ହେଲାଣି ଟେଣ୍ଟ

ପାରାଦୀପ,୩୦।୧୦(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ଗଣପର୍ବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶାସନିକ ବିଧି ବ୍ୟବସ୍ଥାରେ ଆୟୋଜିତ ହେଉଥିବା ଏହି ମହୋତ୍ସବର ସ୍ବଚ୍ଛତାକୁ ନେଇ ଏବେଠାରୁ ଅଭିଯୋଗ ଉଠିଲାଣି। ସୂଚନା ଅନୁଯାୟୀ, ବାଲିଯାତ୍ରାର ଟେଣ୍ଟ, ବ୍ୟାନର, ଗେଟ୍‌, ସାଉଣ୍ଡ, ଆଲୋକସଜ୍ଜା ଆଦି କାର୍ଯ୍ୟ ଟେଣ୍ଡର ଦ୍ୱାରା କରାଯିବ ବୋଲି ଗତ ସେପ୍ଟେମ୍ବର ୨୭ ପ୍ରସ୍ତୁତି ବୈଠକରେ କୁହାଯାଇଥିଲା। ଏ ନେଇ ଟେଣ୍ଡର ମଧ୍ୟ ହୋଇଛି। ଗତ ୨୬ ତାରିଖରେ ଏ ସମ୍ପର୍କିତ ଟେଣ୍ଡର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଛି ଯେ, ଇଚ୍ଛୁକ ଫାର୍ମ ଆସନ୍ତା ନଭେମ୍ବର ୧ ତାରିଖ ସୁଦ୍ଧା ଆବେଦନ କରିପାରିବେ। ନଭେମ୍ବର ୨ରେ ଟେଣ୍ଡର ଖୋଲାଯିବ। କିନ୍ତୁ ଆଶ୍ଚର୍ଯ୍ୟର କଥା ଟେଣ୍ଡର ଖୋଲାଯିବା ପୂର୍ବରୁ ବାଲିଯାତ୍ରା ପାଇଁ ମଞ୍ଚ କାମ ଓ ଷ୍ଟଲ ନିର୍ମାଣ କାମ ଜୋରଦାର ଆରମ୍ଭ ହୋଇଗଲାଣି। ଅର୍ଦ୍ଧାଧିକ ଷ୍ଟଲ ପାଇଁ ବାଉଁଶ ବନ୍ଧା ସରିଲାଣି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରାଦୀପ ବିଧାୟକଙ୍କ ପ୍ରତିନିଧି ରଶ୍ମିରଞ୍ଜନ ପରିଡ଼ା। ତାଙ୍କ ମତରେ ଟେଣ୍ଡର ଖୋଲାଯାଇ ନାହିଁ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ଫାର୍ମ ଷ୍ଟଲ ନିର୍ମାଣ କାମ କରିବା କେତେଦୂର ଯୁକ୍ତିଯୁକ୍ତ। ବାଲିଯାତ୍ରା ପାଇଁ ସବୁକାମ ଏଭଳି ମନମୁଖୀ ଭାବେ କେତେକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦିଆଯାଉଛି। କେବଳ ଧର୍ମରକ୍ଷା ପାଇଁ ଏସବୁ ଟେଣ୍ଡର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ବାଲିଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର କମିଟି ସଦସ୍ୟା ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର। ଚଳିତବର୍ଷ ସମସ୍ତ କାର୍ଯ୍ୟକ୍ରମରେ କୋର କମିଟି ମେମ୍ବରଙ୍କୁ ଅଣଦେଖା କରାଯାଉଥିବା ସେ କହିଛନ୍ତି। ଟେଣ୍ଡର ପୂର୍ବରୁ ଟେଣ୍ଟ ନିର୍ମାଣ କାମ ପ୍ରସଙ୍ଗରେ ବାଲିଯାତ୍ରା କମିଟି ସମ୍ପାଦକ ତଥା ଟେଣ୍ଡର କରିଥିବା ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, ବାଲିଯାତ୍ରା ମହୋତ୍ସବ ପରିଚାଳନା କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା ନିମନ୍ତେ ଏବଂ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ ମତେ ଏହି ଟେଣ୍ଡର ଆହ୍ବାନ କରାଯାଇଛି। ସୂଚନାଯୋଗ୍ୟ, ପାରାଦୀପ ବାଲିଯାତ୍ରା ମହୋତ୍ସବ ପାଇଁ ସରକାରୀ ଅନୁଦାନ ମିଳେ ନାହିଁ। ପ୍ରଶାସନ ତଥା ବାଲିଯାତ୍ରା କମିଟି ସ୍ଥାନୀୟ ଶିଳ୍ପ ସଂସ୍ଥା ଓ ବାଲିଯାତ୍ରା ଷ୍ଟଲରୁ ଆଦାୟ ଅର୍ଥରେ ମହୋତ୍ସବ ଖର୍ଚ୍ଚ କରିଥାନ୍ତି। ପ୍ରସ୍ତୁତି ବୈଠକ, ଷ୍ଟଲ ନିର୍ମାଣକାରୀ ସଂସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା କଳାକାର, ମଞ୍ଚରେ ଅତିଥି ସତ୍କାର, ସ୍ମରଣିକା ପ୍ରକାଶନ ଆଦି ନିମନ୍ତେ
ଅର୍ଥ ଖର୍ଚ୍ଚ ହୋଇଥାଏ। ଏହି ସବୁ କାମ ପାଇଁ ସରକାରୀ କର୍ମଚାରୀ ଓ ହାତଗଣତି କମିଟି ସଦସ୍ୟ ନିୟୋଜିତ ଥାଆନ୍ତି। ଏଥିପାଇଁ ଭିନ୍ନ ଭିନ୍ନ କମିଟି ମଧ୍ୟ ରହିଛି। ଖର୍ଚ୍ଚ ବାବଦରେ ପ୍ରତିବର୍ଷ ପ୍ରସ୍ତୁତି ବୈଠକରେ ତୁମ୍ବିତୋଫାନ ହୁଏ। ଏହା ସତ୍ତ୍ୱେ ଏଥିରେ କୌରସି ପରିବର୍ତ୍ତନ ହେଉନାହିଁ। ଯେମିତି ଟେଣ୍ଡର ପୂର୍ବରୁ ଟେଣ୍ଟ ନିର୍ମାଣ ହେଉଛି, ସେହିଭଳି ବୁଝାମଣାରେ ସବୁକିଛି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା

ବଣାଇଁ, ୧୭।୪(ପ୍ରଦୀପ ତ୍ରିପାଠୀ): ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଓଡିଶା-ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କମ୍ବିଂ ଅପରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri