କଳିଙ୍ଗ ବାଲିଯାତ୍ରା ଆୟୋଜନରେ ସ୍ବଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ : ଟେଣ୍ଡର ପୂର୍ବରୁ ନିର୍ମାଣ ହେଲାଣି ଟେଣ୍ଟ

ପାରାଦୀପ,୩୦।୧୦(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ଗଣପର୍ବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶାସନିକ ବିଧି ବ୍ୟବସ୍ଥାରେ ଆୟୋଜିତ ହେଉଥିବା ଏହି ମହୋତ୍ସବର ସ୍ବଚ୍ଛତାକୁ ନେଇ ଏବେଠାରୁ ଅଭିଯୋଗ ଉଠିଲାଣି। ସୂଚନା ଅନୁଯାୟୀ, ବାଲିଯାତ୍ରାର ଟେଣ୍ଟ, ବ୍ୟାନର, ଗେଟ୍‌, ସାଉଣ୍ଡ, ଆଲୋକସଜ୍ଜା ଆଦି କାର୍ଯ୍ୟ ଟେଣ୍ଡର ଦ୍ୱାରା କରାଯିବ ବୋଲି ଗତ ସେପ୍ଟେମ୍ବର ୨୭ ପ୍ରସ୍ତୁତି ବୈଠକରେ କୁହାଯାଇଥିଲା। ଏ ନେଇ ଟେଣ୍ଡର ମଧ୍ୟ ହୋଇଛି। ଗତ ୨୬ ତାରିଖରେ ଏ ସମ୍ପର୍କିତ ଟେଣ୍ଡର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଛି ଯେ, ଇଚ୍ଛୁକ ଫାର୍ମ ଆସନ୍ତା ନଭେମ୍ବର ୧ ତାରିଖ ସୁଦ୍ଧା ଆବେଦନ କରିପାରିବେ। ନଭେମ୍ବର ୨ରେ ଟେଣ୍ଡର ଖୋଲାଯିବ। କିନ୍ତୁ ଆଶ୍ଚର୍ଯ୍ୟର କଥା ଟେଣ୍ଡର ଖୋଲାଯିବା ପୂର୍ବରୁ ବାଲିଯାତ୍ରା ପାଇଁ ମଞ୍ଚ କାମ ଓ ଷ୍ଟଲ ନିର୍ମାଣ କାମ ଜୋରଦାର ଆରମ୍ଭ ହୋଇଗଲାଣି। ଅର୍ଦ୍ଧାଧିକ ଷ୍ଟଲ ପାଇଁ ବାଉଁଶ ବନ୍ଧା ସରିଲାଣି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରାଦୀପ ବିଧାୟକଙ୍କ ପ୍ରତିନିଧି ରଶ୍ମିରଞ୍ଜନ ପରିଡ଼ା। ତାଙ୍କ ମତରେ ଟେଣ୍ଡର ଖୋଲାଯାଇ ନାହିଁ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ଫାର୍ମ ଷ୍ଟଲ ନିର୍ମାଣ କାମ କରିବା କେତେଦୂର ଯୁକ୍ତିଯୁକ୍ତ। ବାଲିଯାତ୍ରା ପାଇଁ ସବୁକାମ ଏଭଳି ମନମୁଖୀ ଭାବେ କେତେକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦିଆଯାଉଛି। କେବଳ ଧର୍ମରକ୍ଷା ପାଇଁ ଏସବୁ ଟେଣ୍ଡର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ବାଲିଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର କମିଟି ସଦସ୍ୟା ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର। ଚଳିତବର୍ଷ ସମସ୍ତ କାର୍ଯ୍ୟକ୍ରମରେ କୋର କମିଟି ମେମ୍ବରଙ୍କୁ ଅଣଦେଖା କରାଯାଉଥିବା ସେ କହିଛନ୍ତି। ଟେଣ୍ଡର ପୂର୍ବରୁ ଟେଣ୍ଟ ନିର୍ମାଣ କାମ ପ୍ରସଙ୍ଗରେ ବାଲିଯାତ୍ରା କମିଟି ସମ୍ପାଦକ ତଥା ଟେଣ୍ଡର କରିଥିବା ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, ବାଲିଯାତ୍ରା ମହୋତ୍ସବ ପରିଚାଳନା କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା ନିମନ୍ତେ ଏବଂ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ ମତେ ଏହି ଟେଣ୍ଡର ଆହ୍ବାନ କରାଯାଇଛି। ସୂଚନାଯୋଗ୍ୟ, ପାରାଦୀପ ବାଲିଯାତ୍ରା ମହୋତ୍ସବ ପାଇଁ ସରକାରୀ ଅନୁଦାନ ମିଳେ ନାହିଁ। ପ୍ରଶାସନ ତଥା ବାଲିଯାତ୍ରା କମିଟି ସ୍ଥାନୀୟ ଶିଳ୍ପ ସଂସ୍ଥା ଓ ବାଲିଯାତ୍ରା ଷ୍ଟଲରୁ ଆଦାୟ ଅର୍ଥରେ ମହୋତ୍ସବ ଖର୍ଚ୍ଚ କରିଥାନ୍ତି। ପ୍ରସ୍ତୁତି ବୈଠକ, ଷ୍ଟଲ ନିର୍ମାଣକାରୀ ସଂସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା କଳାକାର, ମଞ୍ଚରେ ଅତିଥି ସତ୍କାର, ସ୍ମରଣିକା ପ୍ରକାଶନ ଆଦି ନିମନ୍ତେ
ଅର୍ଥ ଖର୍ଚ୍ଚ ହୋଇଥାଏ। ଏହି ସବୁ କାମ ପାଇଁ ସରକାରୀ କର୍ମଚାରୀ ଓ ହାତଗଣତି କମିଟି ସଦସ୍ୟ ନିୟୋଜିତ ଥାଆନ୍ତି। ଏଥିପାଇଁ ଭିନ୍ନ ଭିନ୍ନ କମିଟି ମଧ୍ୟ ରହିଛି। ଖର୍ଚ୍ଚ ବାବଦରେ ପ୍ରତିବର୍ଷ ପ୍ରସ୍ତୁତି ବୈଠକରେ ତୁମ୍ବିତୋଫାନ ହୁଏ। ଏହା ସତ୍ତ୍ୱେ ଏଥିରେ କୌରସି ପରିବର୍ତ୍ତନ ହେଉନାହିଁ। ଯେମିତି ଟେଣ୍ଡର ପୂର୍ବରୁ ଟେଣ୍ଟ ନିର୍ମାଣ ହେଉଛି, ସେହିଭଳି ବୁଝାମଣାରେ ସବୁକିଛି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri