Posted inଖେଳ

କଳିଙ୍ଗରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି:ଭାରତୀୟ ପୁରୁଷ ଦଳ ରୁଷିଆକୁ ଭେଟିବ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ସମେତ ଅନେକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରି ସାରିଥିବା କଳିଙ୍ଗ ଷ୍ଟାଡିୟମ ଉପରେ ଏବେ ପୁଣି କ୍ରୀଡ଼ାପ୍ରେମୀଙ୍କ ନଜର। ଏଠାରେ ଆଗାମୀ ନଭେମ୍ବରରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ସ ମ୍ୟାଚ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳର ମ୍ୟାଚ ଏଠାରେ ନଭେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ସୁଇଜରଲାଣ୍ଡର ଲାଉସାନେସ୍ଥିତ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏପଆଇଏଚ୍‌)ର ମୁଖ୍ୟ କାର୍ଯ୍ୟାଳୟରେ ସୋମବାର ଡ୍ର ଉଠାଣ ପରେ ଏହା ଚୂଡ଼ାନ୍ତ ହୋଇଛି। ଡ୍ର ଅନୁସାରେ ପରସ୍ପରକୁ ଭେଟିବାକୁଥିବା ଦଳ ଗୁଡ଼ିକ ୨ଟି ଲେଖାଏ ମ୍ୟାଚ ଖେଳିବେ। ବିଜେତା ଦଳ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ଘରୋଇ ପରିବେଶରେ ମ୍ୟାଚ ଖେଳିବା ନିୟମ ଥିବାରୁ ଭାରତ ଉଭୟ ମହିଳା ଓ ପୁରୁଷ ବିଭାଗ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବ।
ଟୋକିଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ସରେ ଭାରତୀୟ ପୁରୁଷ ଦଳ ରୁଷିଆ ଏବଂ ମହିଳା ଦଳ ଆମେରିକାକୁ ଭେଟିବ। ଲୋ ର଼୍ୟାଙ୍କିଙ୍ଗପ୍ରାପ୍ତ ରୁଷିଆକୁ ଭେଟିବାକୁ ଯାଉଥିବାରୁ ଭାରତୀୟ ପୁରୁଷ ଦଳପାଇଁ ଅଭିଯାନ ସହଜ ହେବ ବୋଲି ବିବେଚନା କରାଯାଉଛି। ତେବେ ମହିଳା ଦଳକୁ ଆମେରିକା ନିକଟରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ୮ ଥର ଅଲିମ୍ପିକ୍‌ ଚାମ୍ପିୟନ ଭାରତ ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୫ମ ସ୍ଥାନରେ ଥିବାବେଳେ ରୁଷିଆର ର଼୍ୟାଙ୍କିଙ୍ଗ୍‌ ୨୨। ଚଳିତବର୍ଷ ପ୍ରାରମ୍ଭରେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍‌ ସିରିଜ ଫାଇନାଲ୍ସରେ ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା। ଅନ୍ତର୍ଜାତୀୟ ମହିଳା ହକି ର଼୍ୟାଙ୍କିଙ୍ଗରେ ଭାରତ ଏବେ ୯ମ ସ୍ଥାନରେ ରହିଛି। ଆମେରିକା ୪ଟି ସ୍ଥାନ ତଳେ ଥିଲେ ହେଁ କଡ଼ା ଟକ୍କର ଦେବାକୁ ସକ୍ଷମ। ଶେଷଥରପାଇଁ ଭାରତ ଓ ଆମେରିକା ଲଣ୍ଡନ ବିଶ୍ୱକପରେ ପରସ୍ପରକୁ ଭେଟିଥିଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚଟି ୧-୧ ଗୋଲରେ ଡ୍ର ରହିଥିଲା। ତେଣୁ ରାଣୀ ରାମପାଲଙ୍କ ଭାରତ ପାଇଁ ଅଭିଯାନ ନିଶ୍ଚିତ କଷ୍ଟସାଧ୍ୟ ହେବ।
ଭାରତୀୟ ପୁରୁଷ ହକି ମୁଖ୍ୟ କୋଚ୍‌ ଗ୍ରାହାମ୍‌ ରିଡ୍‌ ଦଳର ଅଲିମ୍ପିକ୍ସ ଟିକେଟକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ”ଆମେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ପ୍ରତିଶ୍ରୁତିବଦ୍ଧ। ଅଭ୍ୟାସ ସମୟରେ ଆମେ ଡିଫେନ୍ସରେ ରହିଥିବା ତ୍ରୁଟିକୁ ସୁଧାରୁଛୁ। ଟ୍ରେନିଂ ସହିତ କିଛି ଶ୍ରେଷ୍ଠ ଦଳ ବିପକ୍ଷରେ ଖେଳି ଆମେ କ୍ୱାଲିଫାୟର୍ସ ପାଇଁ ପ୍ରସ୍ତୁତ ହୋଇଛୁ“ ବୋଲି ରିଡ୍‌ କହିଛନ୍ତି। ”ଆମେ ରୁଷିଆ ଦଳକୁ ଆଦୌ ହାଲ୍‌କାଭାବେ ନେଉନାହୁଁ। କେବଳ ରୁଷିଆ ନୁହେଁ, ଆମେ କୌଣସି ଟୁର୍ନାମେଣ୍ଟରେ କୌଣସି ବି ଦଳକୁ ହାଲ୍‌କାଭାବେ ନ ନେବାକୁ କୋଚ୍‌ ଗ୍ରାହାମ ରିଡ୍‌ ପରାମର୍ଶ ଦେଇଛନ୍ତି। ପ୍ରତିପକ୍ଷ ଦଳକୁ ଆମେ ସବୁବେଳେ ସମ୍ମାନ ଦେଇଥାଉ। ରୁଷିଆ ଏକ ଭଲ ଦଳ। ତେଣୁ ଆତ୍ମସନ୍ତୋଷ ଲାଭ କରିବାର ପ୍ରଶ୍ନ ଉଠୁନାହିଁ। ଏହା ଅଲିମ୍ପିକ୍‌ କ୍ୱାଲିଫାୟର ହୋଇଥିବାରୁ ରୁଷିଆ ଏଥର ଭଲ ପ୍ରସ୍ତୁତ ହୋଇ ଆସିଥିବ ବୋଲି ମୁଁ ଦୃଢ଼ ନିଶ୍ଚିତ। ସୁଯୋଗ ପାଇଲେ ଏହି ଦଳ ବିପର୍ଯ୍ୟୟ ସୃଷ୍ଟି କରିବାକୁ ସକ୍ଷମ। ତେଣୁ ଆମେ ଆମ ଗେମ୍‌ ଉପରେ ଫୋକସ କରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ“ ବୋଲି ଅଧିନାୟକ ମନପ୍ରୀତ ସିଂ ପ୍ରକାଶ କରିଛନ୍ତି।
ମହିଳା ହକି ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ମଧ୍ୟ ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ”ଭାରତୀୟ ଦଳ ଗତ କିଛିମାସଧରି ଉତ୍ତମ ପ୍ରଦର୍ଶନ କରି ଆସୁଛି। ସମସ୍ତ ଖେଳାଳି ଆତ୍ମବିଶ୍ୱାସରେ ଅଛନ୍ତି ଏବଂ ଘରୋଇ ପରିବେଶରେ କ୍ୱାଲିଫାୟର୍ସ ଖେଳିବାକୁ ବ୍ୟଗ୍ର“ ବୋଲି ମାରିଜନେ କହିଛନ୍ତି। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ବ୍ୟତୀତ ଭାରତୀୟ ମହିଳା ଦଳ ଚଳିତ ମାସରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ”ଆମେ ଭଲଭାବେ ପ୍ରସ୍ତୁତ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱୀ କିଏ ତାହାକୁ ନେଇ ଚିନ୍ତା କରୁନାହୁଁ। କେବଳ ମ୍ୟାଚ ଉପରେ ଆମର ଫୋକସ ରହିବ। ଆମକୁ କ୍ରମାଗତ ମ୍ୟାଚ ଖେଳିବାର ଅଛି। ତେଣୁ ଆମର ଯେଉଁ ବିଭାଗ ଦୁର୍ବଳ ଅଛି ତାହାକୁ ସୁଧାରି ମ୍ୟାଚ ଜିତିବାକୁ ଚେଷ୍ଟା କରିବୁ“ ବୋଲି ଅଧିନାୟିକା ରାଣୀ ପ୍ରକାଶ କରିଛନ୍ତି।
ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଅନ୍ୟ ପୁରୁଷ ଦଳ ଗୁଡ଼ିକ ମଧ୍ୟରେ ନେଦରଲାଣ୍ଡ୍ସ ଘରୋଇ ପରିବେଶରେ ପାକିସ୍ତାନକୁ ଭେଟିବ। ସେହିପରି ଅଷ୍ଟ୍ରିଆକୁ ଜର୍ମାନୀ, ମାଲେସିଆକୁ ଗ୍ରେଟ୍‌ ବ୍ରିଟେନ, ଫ୍ରାନ୍ସକୁ ସ୍ପେନ, କୋରିଆକୁ ନ୍ୟୁଜିଲାଣ୍ଡ ଏବଂ ଆୟର୍ଲାଣ୍ଡକୁ କାନାଡ଼ା ଘରୋଇ ପରିବେଶରେ ଭେଟିବ। ମହିଳା ବିଭାଗରେ ରୁଷିଆକୁ ଅଷ୍ଟ୍ରେଲିଆ, ଇଟାଲିକୁ ଜର୍ମାନୀ, ଚିଲିକୁ ଗ୍ରେଟ୍‌ ବ୍ରିଟେନ, କୋରିଆକୁ ସ୍ପେନ, କାନାଡ଼ାକୁ ଆୟର୍ଲାଣ୍ଡ ଏବଂ ବେଲଜିୟମ ସହିତ ଚାଇନା ଘରୋଇ ପରିବେଶରେ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri