କଳା, ସଂସ୍କୃତି ସଭ୍ୟତାର ପରିଚୟ ଦେଇଥାଏ

ବିନିକା,୪ା୨(ଡି.ଏନ୍‌.ଏ)
ସୁବଣ୍ଣର୍ର୍ପୁର ଜିଲା ବିନିକା ପାପକ୍ଷୟ ଲୋକ ମହୋତ୍ସବର ସୋମବାର ଥିଲା ତୃତୀୟ ସନ୍ଧ୍ୟା ା ଉତ୍ସବରେ ରାଜ୍ୟ ପରିବହନ ଓ ଯୋଜନା ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ କଳା ଏବଂ ସଂସ୍କୃତି ସଭ୍ୟତାର ପରିଚୟ ଦେଇଥାଏ ବୋଲି କହିଥିଲେ ା ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମହୋସତ୍ବରେ ଯୋଗଦାନ ଦେଇ ବିନିକାର ଏତିହ୍ୟ, ସଂସ୍କୃତି ବିଷୟରେ କହିଥିଲେ ା ଆଞ୍ଚଳିକ କଳାକାରଙ୍କୁ ନେଇ ଆଞ୍ଚଳିକ ଭାଷାରେ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିଥିବା ସବ୍ୟସାଚୀ ମହାପାତ୍ର ବିଶ୍ୱ ଦରବାରରେ ପରିଚିତ ା ଭୂଖା, ସଳାବୁଢା, ଆଦିମ ବିଚାର ଓ ଶଲବୁଢାର ବଦଲା ଆଦି ଆଞ୍ଚଳିକ ଲୋକ କଳା ଓ ସଭ୍ୟତାଭିତ୍ତିକ ଚଳଚ୍ଚିତ୍ର ଆଞ୍ଚଳିକ କଳା ଓ ସଭ୍ୟତାର ପରିଚୟ ଦେଇଛି ା ଏଣୁ ସଭ୍ୟତାର ମୂକସାକ୍ଷୀ ହେଉଛି ଆଞ୍ଚଳିକ ଲୋକକଳା ଓ ସଂସ୍କୃତି ବୋଲି ସେ କହିଥିଲେ। ବୀରମହାରଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ବିନିକା ଏନ୍‌ଏସି ନିର୍ବାହୀ ଅଧିକାରୀ ଦୁଃଖିରାମ ନାଏକ ଏହି ଅବସରରେ ଉପସ୍ଥିତ ଥିଲେ ା ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାରଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା ା ମଞ୍ଚ ପରିଚାଳନା କରିଥିଲେ ହିଂମାଶୁ ଭୂଷଣ ପଣ୍ଡା ା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶାଶ୍ୱତ କୁମାର ତ୍ରିପାଠୀ ା ମହୋସତ୍ବର ସାଂସ୍କୃତିକ ସନ୍ଧ୍ୟା ମହୋସତ୍ବରେ ଜୟମଙ୍ଗଳ ବିଶି ସଭାପତିତ୍ୱ କରିଥିଲେ।