କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଓୟୁଏଟି କୁଳପତିଙ୍କୁ ଦାବିପତ୍ର

ଭବାନୀପାଟଣା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଓୟୁଏଟି ଭାଇସ୍‌ଚାନ୍ସେଲର ପ୍ରଫେସର ପବନ କୁମାର ଅଗ୍ରୱାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅଗ୍ରୱାଲଙ୍କୁ ଭେଟିଥିଲେ। ସିଟିଜେନ୍‌ ଫୋରମ ପକ୍ଷରୁ ଆଗାମୀ ଦିନରେ କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ନେଇ ଏକ କୃଷକ ସମାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲାର କୃଷି ଓ କୃଷକର ବିକାଶ ଦିଗରେ ଓୟୁଏଟିର ପ୍ରମୁଖ ଭୂମିକା ରହିଛି। ଏ ନେଇ ସହଯୋଗ କରିବାକୁ ଅନୁରୋଧ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରତିନିଧି ଦଳରେ ଫୋରମର ଉପସଭାପତି ସୁବାସ ଚାନ୍ଦ, ସମ୍ପାଦକ ସୀମାଞ୍ଚଳ ମିଶ୍ର, ସହ ସମ୍ପାଦକ ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।