କଳାହାଣ୍ଡିରେ ନିର୍ମାଣ ହେବ ଏମ୍‌ଏସ୍‌ଏମ୍‌ଇ ପାର୍କ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଏଇ)କୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର କଳାହାଣ୍ଡିରେ ଏମ୍‌ଏସ୍‌ଏମ୍‌ଏଇ ପାର୍କ ନିର୍ମାଣ କରିବେ। ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି। ୧୧୬.୭୨ ଏକର ସରକାରୀ ଜମି ଓ ୩୦.୩୬ ଏକର ବେସରକାରୀ ଜମିରେ ଏହି ପାର୍କ ନିର୍ମାଣ କରାଯିବ। ଶୁକ୍ରବାର ବିଧାନସଭା ପ୍ରଶ୍ନକାଳରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।