କଳସ ଉଠିଲା, ଓଲଟ ଶୁଆ ଲାଗିଲା

ପୁରୀ ଅଫିସ,୩ା୭: ଆଉ ଦିନକ ପରେ ରଥଯାତ୍ରା। ଶ୍ରୀନହର ସମ୍ମୁଖ ରଥଖଳାରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମଙ୍ଗଳବାର ତିନିରଥର ଦ୍ୱାର ବେଢା ଉଠିବା କାର୍ଯ୍ୟ ଶେଷ ହୋଇଛି। ଏହାସହିତ କଳସ ସ୍ଥାପନ କରାଯାଇଛି। କଳସର ଦୁଇ ପାର୍ଶ୍ୱରେ ଓଲଟ ଶୁଆ ଲଗାଯାଇଛି। ସମସ୍ତ ରଥରେ ଜଳଯନ୍ତ୍ରରେ ଶିଖର ଡମ୍ବୁରୁ ଏବଂ ପାର୍ଶ୍ୱ ଦେବଦେବୀଙ୍କୁ ସ୍ଥାପନ କାର୍ଯ୍ୟ ଶେଷ ହୋଇଛି। ତିନି ରଥରେ କନା ଆବରଣ କାର୍ଯ୍ୟ ଆରମ୍ଭ ହୋଇଛି। ରଥ ସିଂହାସନ କାର୍ଯ୍ୟ ଜାରି ରହିଛି।