କଳକଳାଠାରୁ ଢେଙ୍କାନାଳ ସୀମାନ୍ତ ପୂର୍ଣ୍ଣଚନ୍ଦ୍ରପୁର ରାସ୍ତା: ୨ବର୍ଷ ଗଲାନି ୬କୋଟି ଟଙ୍କାର ରାସ୍ତା

ଯାଜପୁର ଅଫିସ,୩୦ା୯- ରାଜ୍ୟର ପର୍ଯ୍ୟଟନର ବିକାଶ ଓ ପ୍ରଚାରପ୍ରସାର ପାଇଁ ପଡୋଶୀ ଜିଲା ମଧ୍ୟରେ ସଡକ ଯୋଗାଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି ା ଏହିକ୍ରମରେ ଯାଜପୁର ଓ ଢେଙ୍କାନାଳ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା(ଏମଏମଏସୱାଇ) ନିର୍ମାଣ ହୋଇଛି। ଏଥିପାଇଁ ଯାଜପୁର ଜିଲାର ବଡ଼ଚଣା ବ୍ଲକ କଳକଳାଠାରୁ ଢେଙ୍କାନାଳ ଜିଲା ସୀମାନ୍ତବର୍ତ୍ତୀ ପୂର୍ଣ୍ଣଚନ୍ଦ୍ରପୁର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ମଞ୍ଜୁରୀ ମିଳିଥିଲା ା ଏହି ୧୩.୧୬୩ କିମି ରାସ୍ତା ନିର୍ମାଣ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଦ୍ୱାରା ୨୦୧୭ ଅକ୍ଟୋବର ମାସରେ ଶେଷ ହୋଇଛି। ହେଲେ ଭୁବନେଶ୍ୱରର ଜଣେ ଠିକାଦାରଙ୍କ ନାମରେ କାର୍ଯ୍ୟଦେଶ ଦିଆଯାଇ ସ୍ଥାନୀୟ କେତେକ ଠିକାଦାରଙ୍କ ଜରିଆରେ ନିମ୍ନମାନର କାର୍ଯ୍ୟ ସମ୍ପାଦନ କରି ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ହରିଲୁଟ ହୋଇଥିବା ଖବର ଲୋକଲୋଚନକୁ ଆସିଛି। ଫଳରେ ରାସ୍ତା ସମ୍ପୂର୍ଣ୍ଣ ହେବାର ବର୍ଷେ ନ ପୂରୁଣୁ ଅନେକ ଜାଗାରେ ରାସ୍ତା ଦବି ଯାଇ ସ୍ଥାନେସ୍ଥାନେ ଫାଟ ସୃଷ୍ଟି ହୋଇଛି। ଫଳରେ ପଡ଼ୋଶୀ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ପୁଣି ବ୍ୟାହତ ହେବାର ସମ୍ଭାବନା ସୃଷ୍ଟି କରିଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ଅପହଞ୍ଚ ଗ୍ରାମ୍ୟ ରାସ୍ତାଗୁଡ଼ିକୁ ସୁଦୃଢ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଏହି ଏମ୍‌ଏମ୍‌ଏସ୍‌ୱାଇର ଲକ୍ଷ୍ୟ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା କେତେକ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ଦୀର୍ଘସ୍ଥାୟୀ ହୋଇପାରୁ ନାହିଁ। ୨୦୧୫-୧୬ ଆର୍ଥିକ ବର୍ଷରେ ଯାଜପୁର ଜିଲାର ବଡ଼ଚଣା ବ୍ଲକ କଳାକଳାଠାରୁ ଢେଙ୍କାନାଳ ଜିଲା ସୀମାନ୍ତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୭କୋଟି ୮୦ଲକ୍ଷ ୯ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ ୫କୋଟି ୯୦ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି ା କିଲୋମିଟର ପିଛା ୪୪ ଲକ୍ଷ ୮୯ ହଜାର ଟଙ୍କା ବିନିଯୋଗ କରାଯାଇଛି ା ଏହି ରାସ୍ତା ଉପରେ ୫ଟି ଗ୍ରାମର ୧୫୦୦ ଲୋକ ଉପକୃତ ହେବେ ବୋଲି କୁହାଯାଇଥିଲା। ବ୍ୟୟ ଅଟକଳ ଅନୁସାରେ ୬ମିଟର ଓସାରରେ ରାସ୍ତା ନିର୍ମାଣ କରାଯାଇଥିଲେ ହେଁ ବିଭିନ୍ନ ଜାଗାରେ ରାସ୍ତା ଧସି ଏବେ ସଙ୍କୁଚିତ ହେବାରେ ଲାଗିଛି। ଜମି ବିବାଦ ଯୋଗୁ ରାସ୍ତା କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନ ହୋଇ ୧ବର୍ଷ ଅଧିକ ସମୟ ଲାଗିଥିଲା। ତେବେ ନିର୍ମାଣ ଶେଷ ହେବାର ୨ବର୍ଷ ପୂରିବାକୁ ଯାଉଛି। ହେଲେ ଆବଶ୍ୟକ ନିର୍ମାଣ ସାମଗ୍ରୀ ଏଥିରେ ବ୍ୟବହାର ନ କରି ନିମ୍ନମାନର ସାମଗ୍ରୀ ଦ୍ୱାରା ସ୍ଥୂଳତା (ଥିକନେସ) ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। ଫଳରେ ରାସ୍ତା ମଝିରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ ଉଭୟ ପାର୍ଶ୍ୱ ରାସ୍ତା ଦବିବାକୁ ବସିଛି। ସମ୍ପୃକ୍ତ ସ୍ଥାନୀୟ ଠିକାଦାରଙ୍କ ଉପରେ ଲୋକ ପ୍ରତିନିଧିଙ୍କ ସିଧାସଳଖ ଆଶୀର୍ବାଦ ଥିବାରୁ ବିଭାଗୀୟ କଟକଣା କାମ କରି ନ ଥିବା ମନେ ହୋଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭାସ୍କର ସାହୁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri