କଲେଜ ମଞ୍ଚରେ ମିଳିଥିଲା ଆତ୍ମବିଶ୍ୱାସ

ଓଡ଼ିଆ ସଙ୍ଗୀତ ଦୁନିିଆରେ ଆର୍‌.ଏସ୍‌. କୁମାର ହେଉଛନ୍ତି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ଇତି ମଧ୍ୟରେ ୪୦ରୁ ଅଧିକ ସିନେମା ଗୀତ ଓ ୧୫୦ରୁ ଅଧିକ ଆଲବମ୍‌ ଗୀତରେ କଣ୍ଠଦାନ କରିଛନ୍ତି। ‘ଭଲପାଏ ତତେ ୧୦୦ରୁ ୧୦୦’ ଚଳଚ୍ଚିତ୍ରରେ ‘ସବୁ ମାୟାରେ ବାୟା’ ଗୀତ ହେଉଛିି ଆର.ଏସ୍‌.ଙ୍କ ଲାଟେଷ୍ଟ ସୁପରହିଟ ଗୀତ। ‘ସପନର ପଥେ ପଥେ’ ଚଳଚ୍ଚିତ୍ରର ‘ମୌଲା ମୌଲା’ ଗୀତ ନିିମନ୍ତେ ରାଜ୍ୟ ପୁରସ୍କାର ପ୍ରାପ୍ତ ଆର୍‌.ଏସ୍‌.ଙ୍କ ଅନୁଭୂତିରୁ କିଛି…

କଣ୍ଠ ଶିଳ୍ପୀମାନଙ୍କ ପାଇଁ ଶ୍ରୋତା ହେଉଛନ୍ତି ଭଗବାନ। ସେମାନଙ୍କ କରତାଳି ଜଣେ କଣ୍ଠଶିଳ୍ପୀଙ୍କ ପାଇଁ ଆଶୀର୍ବାଦ ସଦୃଶ। ଯଦି କରତାଳି ଶୁଭେନିି ତା’ହେଲେ ମଞ୍ଚ ଉପରେ ଗୀତ ଗାଇବାର ଉତ୍ସାହ ବି କମିଯାଏ। ଏବେ ମଞ୍ଚକୁ ଚଢ଼ିଲେ କରତାଳି ଶୁଭୁଛି। ହେଲେ ପୂର୍ବରୁ ମଞ୍ଚ ଉପରର ଘଟଣାକୁ ନେଇ ଅନେକ ଅନୁଭୂତି ଅଛି। ୨୦୦୮ ମସିହା। ବାଲେଶ୍ୱର ସ୍କୁଲ ଅଫ୍‌ ଇଞ୍ଜିନିୟରିଂରେ ପଢ଼ୁଥାଏ। ସିନିିୟରମାନଙ୍କୁ ନିବେଦନ କରି କଲେଜ ବାର୍ଷିକ ଉତ୍ସବରେ ଗୀତ ଗାଇବାର ଅନୁମତି ପାଇଥିଲି। ଜାଣି ନ ଥିଲି କେତେବେଳେ ମୋତେ ଗୀତ ଗାଇବାକୁ ଡକାଯିବ। ଉତ୍ସବ ଆରମ୍ଭର ୨ରୁ ୩ ଘଣ୍ଟା ଯାଏ ସିନିୟରମାନେ ମଞ୍ଚ ଉପରେ ବିଭିନ୍ନ କାର୍ଯ୍ୟକ୍ରମ କଲେ। ମୋ ପାଳି ପଡ଼ିଲା ବେଳକୁ ଦିନ ପ୍ରାୟ ୧.୩୦ କି ୨ଟା ବାଜିଯାଇଥାଏ। ଏହାଛଡ଼ା ସେତେବେଳେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବି ହୋଇସାରିଥାଏ। ମୋ ନାଁ ଡକାଗଲା ଓ ଏକଥା ବି ଘୋଷଣା କରାଗଲା ଯେ, ମଧ୍ୟାହ୍ନ ଭୋଜନ ସ୍ଥଳ ନିକଟରେ ସମସ୍ତେ ଉପସ୍ଥିତ ରହିବାକୁ। ମୁଁ ମଞ୍ଚକୁ ଚଢ଼ିବା ବେଳକୁ ଜଣେ ଜଣେ ଚେୟାର ଛାଡୁଥିବାର ଦୃଶ୍ୟ ଦେଖୁଥାଏ। ଆଖି ବନ୍ଦ କରିଥିଲି ଓ ଗୀତ ଗାଇବା ଆରମ୍ଭ କରିଥିଲି। ‘ଏ ଜୀବନ ଯଉବନ..’ ଭଜନ ଗୀତ ଗାଇଥିଲି। ହେଲେ ଗୋଟିଏ ପଦ ଗୀତ ଗାଇ ଆଖି ଖୋଲିଲା ବେଳକୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଆଖିରେ ପଡ଼ିଥିଲା। ସବୁ ଚେୟାର ଫିଲଅପ୍‌। ଏହାପର ଠାରୁ ନିଜ ଉପରେ ବିଶ୍ୱାସ ଆସିଯାଇଥିଲା। ସେଦିନ ମୋର ବିଶ୍ୱାସ ହେଲା ଯେ, ମୁଁ ଭଲ ଗୀତ ଗାଇ ପାରିବି। ଆତ୍ମବିଶ୍ୱାସ ବିନା ସଫଳତା ମିଳେନାହିଁ। ସେଦିନର ଆତ୍ମବିଶ୍ୱାସ ଯୋଗୁଁ ଏବେ ଏହି ସଙ୍ଗୀତ ଦୁନିଆରେ ତିଷ୍ଠି ପାରିଛି। ପିତା ରମାକାନ୍ତ ଓ ମା’ ସୁକାନ୍ତିଙ୍କ ନାମକୁ ନେଇ ତାଙ୍କ ନାମ ଆର୍‌.ଏସ୍‌ ଐକୁମାର ହୋଇଛି ବୋଲି ସେ କୁହନ୍ତି।

Share