କଲେଜ ପରିଚାଳନା କମିଟିରେ ରହିବେ ନାହିଁ ରାଜନେତା: ମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଏଣିକି ଡିଗ୍ରୀ କଲେଜ ପରିଚାଳନା କମିଟିରେ ରାଜନେତା ରହିବେ ନାହିଁ। ପୂର୍ବରୁ ସ୍ଥାନୀୟ ବିଧାୟକ ପରିଚାଳନା କମିଟିର ସଭାପତି ରହୁଥିବା ବେଳେ ଏବେ କେବଳ ଶିକ୍ଷାବିତ ସଦସ୍ୟ ଭାବେ ରହିବେ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଗୁରୁବାର ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି।