କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ ରହିଛି। ୩ ଘଣ୍ଟା ବ୍ୟାଟେରୀ ଚାର୍ଜ ହେଲେ ୪୦ କି.ମି. ପର୍ଯ୍ୟନ୍ତ ଯାଉଛି। ମୋବାଇଲ ଚାର୍ଜ କରିବାର ମଧ୍ୟ ସୁବିଧା ଅଛି। ଏହାକୁ ବ୍ୟବହାର କଲେ ପରିବେଶ ପ୍ରଦୂଷିତ ହେବ ନାହିଁ। ଖର୍ଚ୍ଚ ମଧ୍ୟ କମ୍‌ ରହିବ। ଏଥି ପାଇଁ ନୂଆ ମୋଟର ଯାନ ଆଇନ ପ୍ରଯୁଜ୍ୟ ନୁହେଁ। ପୁଣି ହେଲମେଟ୍‌ ଆବଶ୍ୟକତା ନାହିଁ। ଏହାକୁ ତିଆରି କରିଛନ୍ତି ଖୋର୍ଦ୍ଧା ବ୍ଲକ ହଳଦିଆ କଲେଜରେ ପଢୁଥିବା ବେଗୁନିଆ ବ୍ଳକ କଣ୍ଟାବାଡ ଗ୍ରାମର ଛାତ୍ର ରାକେଶ କୁମାର ଦାସ।
ପିଲାଟି ଦିନରୁ କିଛି ନୂଆ କରି ଚର୍ଚ୍ଚାରେ ରହିବାକୁ ଚାହୁଁଥିଲେ ରାକେଶ। ତେବେ ସମୟ ସହଯୋଗ ଦେଉ ନ ଥିଲା। ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଭାଙ୍ଗିପଡ଼ିଥିଲେ। କିଛି ଦିନ ପରେ ତାଙ୍କ ମନରେ ଉଦ୍ଭାବନର ଚିନ୍ତା ଉଙ୍କି ମାରିଥିଲା। ବୈଦ୍ୟୁତିକ ଉପକରଣକୁ ନେଇ ନୂଆ କିଛି କରିବାର ନିଶାରେ ବ୍ୟାଟେରୀଚାଳିତ ସାଇକେଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କଲେଜର ସହପାଠୀମାନେ ତାଙ୍କୁ ସହଯୋଗର ହାତ ବଢ଼ାଇ ଉତ୍ସାହିତ କଲେ। ତାଙ୍କୁ ପରିବାରର ସମର୍ଥନ ମଧ୍ୟ ମିଳିଲା। ୧ ମାସର ପରିଶ୍ରମ ପରେ ସେ ସଫଳତା ପାଇଲେ। ୩ ହଜାର ଟଙ୍କାର ସାଇକେଲରେ ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହା କରାଗଲେ ସାଇକେଲ ବାଇକ ପରି ଦୌଡୁଛି। ଯଦି ବ୍ୟାଟେରୀ ସରିଯିବ ତା’ହାଲେ ଚିନ୍ତା କରିବାର କିଛି ନାହିଁ। ପେଡାଲ ମାରି ସାଇକେଲ ଚଳାଇ ହେବ। ସାଇକେଲରେ ୧୨ ଭୋଲ୍ଟର ୨ଟି ଲିଥିୟମ ଆୟନ ବ୍ୟାଟେରୀ ସହ ୨୫୦ ଓ୍ବାଟର ଗିୟର ମୋଟର, ହେଡ୍‌ ଲାଇଟ୍‌, ହନର୍ର୍, ଆକ୍ସିଲେଟର, ବ୍ରେକ ଲାଗିଛି। ଏହି ସାଇକେଲ ପାଇଁ ରାକେଶଙ୍କ ଖୁସି କହିଲେ ନ ସରେ। ସହପାଠୀ, ଗ୍ରାମବାସୀ ଓ ପରିବାର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ସାଇକେଲ ପ୍ରତି ଆଗ୍ରହ ଦେଖିବାକୁ ମିଳୁଛି। ଆଗକୁ ସାଇକେଲରେ ବ୍ୟାଟେରୀ ବଦଳରେ ସୋଲାର ବ୍ୟବହାର କରିବେ, ଏଥିପାଇଁ ଅର୍ଥ ବାଧକ ହେଉଥିଲେ ମଧ୍ୟ ସେ ଅଟକିଯିବେ ନାହିଁ ବୋଲି ରାକେଶ କହିଛନ୍ତି। ତେବେ ସରକାରୀ ସହାୟତା କିମ୍ବା କୌଣସି ସଂସ୍ଥା ପକ୍ଷରୁ ପ୍ରୋତ୍ସାହନ ମିଳିଲେ ତାଙ୍କ ସ୍ବପ୍ନ ସହଜରେ ସାକାର ହୋଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି।

ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri