କଲେଜି ମସଲା

ଆବଶ୍ୟକ ସାମଗ୍ରୀ :

ମଟନ କଲିଜା- ୫୦୦ଗ୍ରାମ
ପିଆଜ- ୩ଟା(ପେଷ୍ଟ)
ଟମାଟୋ- ୨ଟା(ପେଷ୍ଟ)
ଲଙ୍କା, ଜିରା, ଧନିଆ ଗୁଣ୍ଡ- ୧ ଚାମଚ ଲେଖାଏ, ହଳଦୀ ଗୁଣ୍ଡ- ୧/୨ ଚାମଚ
ତେଲ- ୫୦ଗ୍ରାମ, ଲୁଣ- ସ୍ବାଦନୁଯାୟୀ
ଗୁଜୁରାତି- ୪ଟା, ଡାଳଚିନି- ୨ଟା
ତେଜପତ୍ର- ୨ଟା, ଗୋଳମରିଚ- ୪ଟା
ଲବଙ୍ଗ- ୪ଟା, କଞ୍ଚାଲଙ୍କା- ୪ଟା
ଅଦା ରସୁଣ ପେଷ୍ଟ- ୫୦ଗ୍ରାମ
ଗରମ ମସଲା- ୨ ଚାମଚ
କଟା ଅଦା- ୧/୨ ଚାମଚ
ଦହି- ୧/୨ କପ୍‌, କିଛି ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପ୍ରେସର କୁକର୍‌ରେ ତେଲ ଗରମ କରନ୍ତୁ। ସେଥିରେ ସବୁ ଶୁଖିଲା ମସଲା ପକାନ୍ତୁ। ୧ମିନିଟ୍‌ ଭାଜିଲା ପରେ ସେଥିରେ ପିଆଜ ପେଷ୍ଟ ପକାନ୍ତୁ। ପିଆଜ ଗୋଲ୍‌ଡେନ୍‌ ହେବା ପରେ କଲିଜା(ପୂର୍ବରୁ ଧୁଆଯାଇଥିବ) ପକାଇ ୫ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ସବୁ ପାଉଡର ମସଲା ସହ ଅଦା ରସୁଣ ପେଷ୍ଟ ଓ ଅଳ୍ପ ପାଣି ପକାଇ ୫ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ପରେ ସେଥିରେ ଟମାଟୋ ପେଷ୍ଟ ପକାଇ ଡ୍ରାଏ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଡ୍ରାଏ ହୋଇଗଲେ ସେଥିରେ ଦହି ପକାଇ ଫ୍ରାଏ କରନ୍ତୁ। କଲିଜା ଫ୍ରାଏ ହୋଇଗଲେ ସେଥିରେ ଲୁଣ ପକାଇ ୫୦ମି.ଲି. ପାଣି ଦେଇ ପ୍ରେସର ବନ୍ଦ କରିଦିଅନ୍ତୁ। ଗୋଟିଏ ସିଟି ପରେ ପ୍ରେସର ଖୋଲି ବହଳିଆ ଗ୍ରେଭି ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏହାପରେ ଧନିଆ ପତ୍ର, କଞ୍ଚା ଲଙ୍କା, ଅଦା କଟା ପକାଇ ମିକ୍ସ କରନ୍ତୁ। ଏବେ ଆପଣଙ୍କର କଲେଜି ମସଲା ପ୍ରସ୍ତୁତ। ଏହାକୁ ଏକ ପାତ୍ରରେ ବାହାର କରି ସେଥିରେ ଗୋଟିଏ କଞ୍ଚା ଲଙ୍କା ଓ କଟା ଅଦା ପକାଇ ପରଷନ୍ତୁ।

ରିପୋର୍ଟ: ଅସମାପିକା ସାହୁ, ଭୁବନେଶ୍ୱର