କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଆଠଗଡ଼, ୧୬।୯(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ରେଞ୍ଜ ଅନ୍ତର୍ଗତ ତିଗିରିଆ ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ସୋମବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ମୃତ ବାଘକୁ ଅଣାଯାଇ ତିଗିରିଆ ଫରେଷ୍ଟ ଅଫିସରେ ରଖାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।