କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ,୨୨।୪: ଶ୍ରୀଲଙ୍କା କଲମ୍ବୋର ୩ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ସଂଖ୍ୟା ୪୫୦ ଟପିଛି। ଆହତଙ୍କୁଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜଧାନୀ କଲମ୍ବୋ ସମେତ ୬ଟି ସ୍ଥାନରେ ଏଭଳି ୮ଟି ବିସ୍ଫୋରଣ ରବିବାର ଘଟିଥିଲା। ଏହି ମାମଲାରେ ପୋଲିସ ୨୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଇତିମଧ୍ୟରେ ଅନୁସନ୍ଧାନକାରୀ ଦଳ କଲମ୍ବୋ ବିମାନ ବନ୍ଦର ପାଖରୁ ଏକ ବୋମା ଉଦ୍ଧାର କରିଛନ୍ତି।

Share