କଲମପୁର ବ୍ଲକରେ ଆବାସ ଯୋଜନା ବାଟବନା: ଦଦ୍‌ରା ଘରେ ଜୀବନ୍‌ ବିତଉଛନ୍‌ ଉଷା

କଲମପୁର,୧୦।୬, (ଡି.ଏନ୍‌.ଏ):  ଝନେ ମୁନୁଷ୍‌ ବଁଚ୍‌ବାର ଲାଗି ହେଲେ ଖାଏଦ୍‌, ଘର ଆର କପଡ଼ା ନିହାତି ଦରକାର। ଇଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅଧ୍‌କାରୀ, କରମ୍‌ଚାରୀମାନକର ଖାମଖିଆଲି ମନଭାବ ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାମାନକର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଲ ପଁଚେତ୍‌ର ଭାଟିଗାଁରେ।
ସୂଚନା ଅନ୍‌ସାରେ ଭାଟିଗାଁର ବିଧବା ମହିଲା ଉଷା ବଓ୍ବୋ(୬୫)। ୮ ବଛର ତଲେ ନିଜର ଗୁଟେବଲି ପୁଓକେ ହରେଇଥିଲାବେଲେ ୩ ବଛର ତଲେ ଆପ୍‌ନେ ବି ତାହାକୁ ଏକଲା କରି ଆରପାରକେ ଚାଲିଗଲେ। ଏନ୍‌ତାଥି ସେ ନିସାହା ହେଇ ନିଜର ଶଶୁର ଅମଲର ଗୁଟେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ ଛଡ଼େଇ ରହିଆସୁଛନ୍‌। ସରକାରୀ ଯୋଜନାରେ ସେ ପକାଘର ଖଁଡ଼େ ପାଏବାର ଲାଗି ପରଶାସନକେ ବାରବାର ଗୁହାରି କରି ନିରାଶ ହେଇଛନ୍‌। ଆଗ୍‌ରୁ ଭାଟିଗଁା ଓ୍ବାର୍ଡ ନଂ.୯ର ଓ୍ବାର୍ଡ ସଭ୍ୟ ନୃସିଂହ ବାଗ ସେବେଲର କଲମପୁର ବିଡିଓ ସୌରଭ ଦାସକୁଁ ଉଷା ବଓ୍ବୋକଁର ଦୁରଦଶା ବାବ୍‌ଦେ ଲେଖିକରି ଦେଇଥିଲେ। ବିଡିଓ ଇ ବିଷେକେ ଗୁରୁତ୍‌ ଦେଇ ଘଟନାର ତଦଁତ୍‌ କରି ପଦକ୍ଷେପ ନେବାକେ ନିରଦେଶ ଦେଇଥିଲେ। ଯେନ୍‌ଥିରଲାଗି ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧ୍‌କାରୀ କରୁଣାକର ବାଗ, ମଣ୍ଡଲ ସମିତି ସଭ୍ୟ ଚିନ୍ତାମଣି ବେହେରା, ମଣ୍ଡଲ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ବିକାଶ ମାଝୀ ଆର ଜିଆରଏସ୍‌ ଧନୟ ସାହୁ ପରମୁଖ ଭାଟିଗାଁ ଯାଇ ଉଷା ବଓ୍ବୋକଁର ଘର ବୁଲି ଦେଖିଥିଲେ। ହେଲେ ଦୁଖର କଥା ଇ ଘଟନାକେ ଆଏଜ୍‌ ବଛ୍‌ରେରୁ ଅଧ୍‌କା ବିତିଯାଇଛେ। ଆଏଜ୍‌ତକ ସରକାରୀ ବାବୁ ଭାୟାକଁର ଆର ଦେଖା ଦରଶନ ନାଇଁ ମିଲବାର। ଇଆଡ଼େ ଉଷା ବଓ୍ବୋ ଯେନ୍‌ ଭଂଗା ଦଦ୍‌ରା ଘରକେ ସେ ଭଂଗା ଦଦ୍‌ରା ଘରେ ନିଜର ଜୀବନ୍‌କେ ପାଏନ୍‌ ଛଡ଼େଇ ରହୁଛନ୍‌। ଇ ବାବ୍‌ଦେ ମଣ୍ଡଲ ସରପଁଚ୍‌ ପ୍ରଦୀପ କୁମାର ଭୋଇକୁଁ ପଚରାଲାରୁ ଉଷା ବଓ୍ବୋ ନିହାତି ଘର ପାଏବାର କଥା ଆର ତାକର ସୁବିଧା ବହୁତ୍‌ ଜଲଦି କରାଯିବା ବଲି ସେ କହିଥିଲେ। ଗାଁବାସୀ ବି ଉଷା ବଓ୍ବୋକୁଁ ଯେତେ ଜଲଦି ହେବା ସବୁପରକାର ସରକାରୀ ସୁବିଧା ଯୁଗେଇ ଦେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri