କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ମୃତ

କେନ୍ଦୁଝର, ୧୨ା୩(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାର ତୁରୁମୁଙ୍ଗା ଥାନା ରାଜନଗର ପଞ୍ଚାୟତ ନୂଆଗଁା ନିକଟରେ ଏକ କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ରାଜନଗର ପଟୁ ଭୃଙ୍ଗରାଜପଶି ଗ୍ରାମକୁ ଏକ ପଲସର ବାଇକ୍‌ ଯୋଗେ ଯାଉଥିବା ସମୟରେ ନୂଆଗଁା ନିକଟରେ ଥିବା କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକ ଦ୍ୱୟ ଚେମଣା ପଞ୍ଚାୟତ ଭୃଙ୍ଗରାଜପଶି ଗ୍ରାମର ମନୁ ନାଏକଙ୍କ ପୁଅ ବିଦ୍ୟାଧର ନାଏକ(୩୫) ଏବଂ ମୟୂରଭଞ୍ଜ ଜିଲା ରରୁଆଁ ଥାନା ପଣ୍ଡାବିଲା ଗ୍ରାମର କୁମର ନାଏକଙ୍କ ପୁଅ ଲିଟୁନ ନାଏକ(୨୦)। ଦୁର୍ଘଟଣା ସମ୍ପର୍କରେ ଖବରପାଇ ପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି। ତୁରୁମୁଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୂର୍ଘଟଣାଗସ୍ତ ବାଇକ୍‌ ଓ ମୃତଦେହ ଜବତ କରିଥିବା ଜଣାପଡିଛି। ପଣ୍ଡାବିଲାର ଲିଟୁନ ନାଏକ ନୂଆଗଁାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ସେଠାରୁ ତାଙ୍କ ସାଙ୍ଗ ବିଦ୍ୟାଧରଙ୍କ ସହ ଭୃଙ୍ଗରାଜପଶିକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।