Categories: ଜାତୀୟ

କର୍‌ତାରପୁର ଯିବା ଲାଗି ଭାରତୀୟ ଶିଖ୍‌ଙ୍କୁ ପାସ୍‌ପୋର୍ଟ ଦରକାର ନାହିଁ

ଇସ୍‌ଲାମାବାଦ,୨ା୧୧(ପି.ଟି.): କର୍‌ତାରପୁର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କ କ୍ଷେତ୍ରରେ ପାସ୍‌ପୋର୍ଟ ଆବଶ୍ୟକ ନାହିଁ। ଏଥିସହିତ ସେମାନଙ୍କୁ ୧୦ଦିନ ପୂର୍ବରୁ ଆଗୁଆ ନାମ ପଞ୍ଜୀକରଣ କରିବାକୁ ମଧ୍ୟ ପଡ଼ିବନି। ତୀର୍ଥଯାତ୍ରୀମାନଙ୍କୁ କେବଳ ଏକ ବୈଧ ପରିଚୟପତ୍ର ସାଙ୍ଗରେ ନେବାକୁ ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶୁକ୍ରବାର ଘୋଷଣା କରିଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ସଦିଚ୍ଛାମୂଳକ ପଦକ୍ଷେପ ସ୍ବରୂପ ଇସ୍‌ଲାମାବାଦ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ୯ ତାରିଖ କର୍‌ତାରପୁର କରିଡର ଉଦ୍‌ଘାଟନ ଏବଂ ୧୨ ତାରିଖ ଶିଖ୍‌ ଗୁରୁଙ୍କ ଜନ୍ମବାର୍ଷିକୀ ଦିନ ଯେଉଁମାନେ ପାକିସ୍ତାନ ଆସିବେ ସେମାନଙ୍କ କ୍ଷେତ୍ରରେ ସେବା ଶୁଳ୍କ ମଧ୍ୟ ଲାଗିବ ନାହିଁ। ତେବେ ଅନ୍ୟ ଦିନଗୁଡିକରେ ଦରବାର ସାହିବ ଗୁରୁଦ୍ୱାର ଗଲେ ଭାରତୀୟ ତୀର୍ଥଯାତ୍ରୀଙ୍କୁ ୨୦ ଡଲାର ଶୁଳ୍କ ଦେବାକୁ ପଡିବ।

Share