Categories: ଜାତୀୟ

କର୍‌ତାରପୁର କରିଡର ଉଦ୍‌ଘାଟନ: ମନମୋହନଙ୍କୁ ଆମନ୍ତ୍ରଣ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧ା୧୦(ପି.ଟି.): ପଞ୍ଜାବ ଗୁର୍‌ଦାସପୁର ଜିଲାର ଡେରା ବାବା ନାନକଙ୍କ ପୀଠକୁ ପାକିସ୍ତାନ କର୍‌ତାରପୁରର ଦରବାର ସାହିବ ସହ ଯୋଡ଼ିବା ଲାଗି ନିର୍ମିତ କର୍‌ତାରପୁର କରିଡର ନଭେମ୍ବରରେ ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆମନ୍ତ୍ରଣ କରିବା ଲାଗି ପାକିସ୍ତାନ ନିଷ୍ପତ୍ତି ନେଇଛି। ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ସୋମବାର ଏହି ସୂଚନା ଦେଇଛନ୍ତି। ଏହି କରିଡର କାର୍ଯ୍ୟକାରୀ ହେଲେ ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ବିନା ଭିଜାରେ କର୍‌ତାରପୁର ସାହିବ୍‌ ଯିବାର ସୁଯୋଗ ମିଳିବ। ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ଲାଗି ନଭେମ୍ବର ୯ରେ ପାକିସ୍ତାନ ଏହି କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛି। ଏହା ଏକ ବଡ଼ କାର୍ଯ୍ୟକ୍ରମ ହୋଇଥିବାରୁ ମନମୋହନଙ୍କୁ ଉତ୍ସବରେ ଅତିଥି କରିବାକୁ ନିଷ୍ପତ୍ତି ନେଇଛୁ। ଖୁବ୍‌ ଶୀଘ୍ର ତାଙ୍କ ପାଖକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣପତ୍ର ପଠାଯିବ ବୋଲି କୁରେଶୀ କହିଛନ୍ତି।

Share