କର୍ଲାମୁଣ୍ଡା ବ୍ଲକ: ୬ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେବେ ୧୨୪୧ ଛାତ୍ରୀଛାତ୍ର

କର୍ଲାମୁଣ୍ଡା,୧୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୩ଟି ହାଇସ୍କୁଲରୁ ୧୨୪୧ ଛାତ୍ରୀଛାତ୍ର ୬ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେବେ। ତେବେ ରିଷିଡା ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାକେନ୍ଦ୍ରରେ ସର୍ବାଧିକ ୨୭୧ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଏଥିରେ ଗଜବାହାଲ ହାଇସ୍କୁଲ, ରିଷିଡା ସରକାରୀ ହାଇସ୍କୁଲ ଓ ଗୋଚ୍ଛାଡେଙ୍ଗେନ ହାଇସ୍କୁଲର ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ।
ସେହିପରି ରିଷିଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ହାଇସ୍କୁଲ ଓ ବାଞ୍ଜିପଦର ସରକାରୀ ହାଇସ୍କୁଲର ୧୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। କର୍ଲାମୁଣ୍ଡା ପଞ୍ଚାୟତ ସମିତି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ରିଷିଡା ବାପୁଜୀ ହାଇସ୍କୁଲ, ରିଷିଡା ସରକାରୀ ହାଇସ୍କୁଲ, ରିଞ୍ଜା ଗ୍ରାମପଞ୍ଚାୟତ ହାଇସ୍କୁଲ ଓ ସର୍ଗୁଲ ମାଲପଡା ସରକାରୀ ହାଇସ୍କୁଲର ୨୪୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତେରେସିଂହା ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଭଟାପଲା ହାଇସ୍କୁଲ ଓ କେସିଙ୍ଗା ବ୍ଲକ ବେଲଖଣ୍ଡି ହାଇସ୍କୁଲର ୨୦୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଯୋରାଡବ୍ରା ହାଇସ୍କୁଲରେ ରେଗଡା ହାଇସ୍କୁଲ, ସାପଲହରା ହାଇସ୍କୁଲ ଓ ମୁଡିଙ୍ଗ ହାଇସ୍କୁଲର ୨୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଗଜବାହାଲ ପୁରୁଷୋତ୍ତମ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପୌରକେଲା ହାଇସ୍କୁଲ ଓ ଅଲାତରା ହାଇସ୍କୁଲର ୧୧୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତେବେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ହାଇସ୍କୁଲ ଓ ଯୋରାଡବ୍ରା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସଂଲଗ୍ନ କରାଯାଇଛି। ପରୀକ୍ଷା ବ୍ୟବସ୍ଥାକୁ ସୁଚାର ରୂପେ ସମ୍ପାଦନ କରିବାକୁ ଯଥେଷ୍ଟ ପଦକ୍ଷେପ ନିଆଯାଇଥିବା ବିଇଓ ଆଲୁମାଲୁ ଭୀମରାଜ ପ୍ରକାଶ କରିଛନ୍ତି।