କର୍ମ ବିମୁଖତା ଦୂରହେଉ

ବୈକୁଣ୍ଠନାଥ ମିଶ୍ର

ଏକବିଂଶ ଶତାବ୍ଦୀର ଦୁଇ ଦଶନ୍ଧି ଅତିକ୍ରାନ୍ତ ହୋଇଛି। ଆର୍ଥିକ, ସାମାଜିକ ଓ ଶିକ୍ଷା ସଂସ୍କୃତିର ଏକ ଉତ୍କୃଷ୍ଟ ସୋପାନରେ ମଣିଷ ପାଦ ଥାପିଛି। ବୈଜ୍ଞାନିକ ଉକତ୍ର୍ଷ ଲାଭ କରିବାରେ ସଫଳ ପ୍ରୟାସ ଜାରି ରଖିଛି। ଏସବୁ ସଫଳତା ସତ୍ତ୍ୱେ ମଣିଷର ପ୍ରକୃତି ଓ ପ୍ରବୃତ୍ତି ସେହି ଆଦିମ ମଣିଷଠାରୁ କୈାଣସି ଗୁଣରେ ଉନ୍ନତ ନୁହେଁ। ତରୁଣଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଅରୁଚିକର କାର୍ଯ୍ୟକଳାପରେ ଲିପ୍ତ। ଆଉ ଏକପ୍ରକାର ମଣିଷ ଆମ ଭିତରେ ଅଛନ୍ତି। ଯେଉଁମାନେ ଅତୀତର ମଧୁର ସ୍ମୃତିକୁ ଜାବୁଡି ଧରି ବନ୍ଧୁମେଳରେ ଉଦ୍‌ଗାରି ପକାନ୍ତି। ବର୍ତ୍ତମାନ ପଛେ ଘୋର ତିମିରାଚ୍ଛନ୍ନ ହୋଇଥାଉ କିନ୍ତୁ ଅତୀତର ସୁଖ ସ୍ବପ୍ନରେ ବିଭୋର ହେବାର ରୋମାଞ୍ଚକର ଅନୁଭୂତିକୁ ହାତଛଡା କରନ୍ତି ନାହିଁ। କଥା ପ୍ରସଙ୍ଗରେ ମାଳିକାର କିଛି ପଂକ୍ତିର ଉଦାହରଣ ଦେଇ ଅନ୍ୟର ମନରେ ଭୀତି ସଞ୍ଚାର କରନ୍ତି। ଅତୀତର ଘଟଣାବଳୀ ସହ ବର୍ତ୍ତମାନ ଓ ଭବିଷ୍ୟତର ତୁଳନାମତ୍କ କାଳ୍ପନିକ ଚିତ୍ର ଆଙ୍କିବାରେ ଏମାନେ ସିଦ୍ଧହସ୍ତ। ଆଉ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଆଳସ୍ୟକୁ ପାଥେୟ କରି କେବଳ ବସି, ଶୋଇ ଜୀବନକୁ ଉପଭୋଗ କରନ୍ତି।
ଏ ସମ୍ବନ୍ଧରେ ଫିଲିପାଇନ୍ସର ଏକ ପ୍ରାଚୀନ ଗଳ୍ପ ପ୍ରାସଙ୍ଗିକ ମନେହୁଏ। ଜଣେ ଯୁବକ ରାଜରାସ୍ତା ପାର୍ଶ୍ୱରେ ବୃକ୍ଷଛାୟାରେ ଗାଢ ନିଦ୍ରାରେ ଶୋଇଥାଏ। ଯେତେବେଳେ ସମଗ୍ର ଦେଶ କର୍ମମୟ ଜୀବନରେ ବ୍ୟସ୍ତ, ସେତେବେଳେ ଯୁବକର ଦିବାନିଦ୍ରା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଥାଏ। ଏ ଅସ୍ବାଭାବିକତାକୁ ଲକ୍ଷ୍ୟକରି କିଛି ଯୁବକ ତା’ ନିକଟକୁ ଯାଇ ନିଦ୍ରାଭଗ୍ନ ପାଇଁ ଉଦ୍ୟମ କଲେ। ଯୁବକମାନେ ବଳପୂର୍ବକ ତାକୁ ଜଗ୍ରତ କରିବାରୁ ସେ ବିରକ୍ତି ପ୍ରକାଶ କରି କହିଲା- ଆପଣମାନେ କାହିଁକି ମୋତେ ନିଦରୁ ଉଠାଇଲେ। ମୁଁ କେତେ ଶାନ୍ତିରେ ଶୋଇଥିଲି ସତେ!
ଯୁବକଙ୍କ ଭିତରୁ ଜଣେ କହିଲା, ଯେତେବେଳେ ସମସ୍ତେ କାର୍ଯ୍ୟବ୍ୟସ୍ତ ତୁମେ ଶୋଇ ରହିବାଟା ଖରାପ ଲାଗୁନାହିଁ। ଏ ସମୟରେ ତୁମେ କିଛି ନା କିଛି କାର୍ଯ୍ୟ କରିପାରନ୍ତା। ଯୁବକଟି କହିଲା- ମୁଁ କାହିଁକି କାମ କରିବି? କାମକଲେ ମୋତେ କ’ଣ ମିଳିବ? ଯୁବକମାନେ ଉତ୍ତର ଦେଲେ, ତୁମେ ଶ୍ରମ କଲେ କିଛି ଅର୍ଥ ରୋଜଗାର କରନ୍ତ। ଯୁକଟି ପୁଣି ପଚାରିଲା, ଅର୍ଥ ରୋଜଗାର କଲେ କ’ଣ ହେବ? ଆଗନ୍ତୁକ ଯୁବକମାନେ କହିଲେ, ତୁମେ ବିବାହ କରି ପନତ୍ୀ ସନ୍ତାନଙ୍କ ସହ ଏକ ସୁଖୀଜୀବନ ଅତିବାହିତ କରନ୍ତ। ଯୁବକ ଅଗତ୍ୟା ଉତ୍ତର ଦେଲା, ତୁମେ କ’ଣ ଜାଣିପାରୁନାହଁ ମୁଁ ଏକ ସୁଖମୟ ଜୀବନ ଜିଉଛି ବୋଲି। ମୁଁ ଆଳସ୍ୟକୁ ପାଥେୟକରି ଶୋଇ ରହିବାରେ ଯେଉଁ ସୁଖ ଅନୁଭବ କରେ ତା’ ଠାରୁ ଅଧିକ ସୁଖ ମୁଁ ଆଉ କେଉଁଥିରୁ ପାଇବି ନାହିଁ। ଆଗନ୍ତୁକ ଯୁବକମାନେ ତାକୁ ପୂର୍ବବତ୍‌ ଶୋଇରହିବାକୁ ଛାଡିଦେଇ ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହେଲେ।
କର୍ମ ବିମୁଖତା ଆଜି ସମାଜର ପ୍ରତ୍ୟେକ ସ୍ତରକୁ ବ୍ୟାପିଗଲାଣି। ଶାରୀରିକ ସାମର୍ଥ୍ୟ ପ୍ରୟୋଗକରି କିଛି ଉପାଦେୟ କର୍ମ ମାଧ୍ୟମରେ ରୋଜଗାର କରିବା ପ୍ରତି ଆଜିର ଯୁବଶକ୍ତି ନିଃସ୍ପୃହ। କର୍ମ ବିମୁଖତା ଏକ ସଂକ୍ରାମକ ରୋଗ ପରି ଆଧୁନିକ ମଣିଷକୁ ଆକ୍ରାନ୍ତ କରିଛି। ଅଧିକନ୍ତୁ ସରକାରଙ୍କ ସମସ୍ତ ମାଗଣା ଯୋଜନା ଯୁବପିଢିକୁ କର୍ମବିମୁଖତା ପାଇଁ ପ୍ରୋସତ୍ାହିତ କରୁଛି। ମାଗଣା ସୁବିଧା ସେହିମାନଙ୍କୁ ଦିଆଯାଉ ଯାହାର କ୍ରୟଶକ୍ତି ନାହିଁ। ଆର୍ଥିକ ସ୍ବଚ୍ଛଳ ପରିବାରର ପିଲାଙ୍କୁ ମାଗଣା ପୋଷାକ ଓ ବହିଖାତା ପ୍ରଦାନ ଅନାବଶ୍ୟକ ନୁହେଁ କି ? ବାପାଙ୍କର ଚାକିରି ଥାଇ ପୁଅ ବେକାର ଥିଲେ ତାକୁ ମିଳୁଛି ପଡି (ରାଶନ)। ଅପରପକ୍ଷେ ପୁଅ ଚାକିରି କରି ରୋଜଗାରକ୍ଷମ ଥିଲେ ମଧ୍ୟ ମା’ବାପାଙ୍କୁ ମିଳୁଛି ମାସିକ ଭତ୍ତା, କେତେକ କ୍ଷେତ୍ରରେ ମା’ବାପାଙ୍କୁ ମିଳୁଥିବା ଭତ୍ତାକୁ ପୁଅମାନେ ବଳପୂର୍ବକ ହାସଲକରି ମଦପାଣିରେ ଉଡାଇଦେଉଛନ୍ତି। ସମ୍ପ୍ରତି ଘଟିଥିବା ଏକ ଘଟଣା ଏହାର ବଳିଷ୍ଠ ପ୍ରମାଣ। ମା’ ଭତ୍ତାଟଙ୍କା ନ ଦେବାରୁ ପୁଅ ତାକୁ ଏତେ ନିଷ୍ଠୁର ଭାବେ ଶାରୀରିକ ଆଘାତ ଦେଲା ଯେ ବିଚରା ବୃଦ୍ଧା ଜଣକ ମୁମୂର୍ଷୁ ଅବସ୍ଥାରେ ମେଡିକାଲ ଶଯ୍ୟାରେ ପୀଡିତା। ସ୍ବୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ଆଣୁଥିବା ଋଣ ଅର୍ଥକୁ ପୁରୁଷମାନେ ବଳପୂର୍ବକ ନେଇ ନିଶାପାଣିରେ ଉଡାଇ ଦେଉଛନ୍ତି। ଥରେ ବିଚାର କରିବାର କଥା କେତୋଟି ସ୍ବୟଂସହାୟିକା ଗୋଷ୍ଠୀ ଋଣ ଅର୍ଥକୁ ଉପତ୍ାଦନମୂଳକ ଭାବେ ପ୍ରୟୋଗକରି ତହିଁରୁ ପ୍ରାପ୍ତ ଲାଭାଂଶରେ ନିଜ ଆର୍ଥିକ ମେରୁଦଣ୍ଡକୁ ସବଳ କରିପାରିଛନ୍ତି।
ମୋତେ ଯେତେ ମାଠିବୁ ମାଠ୍‌ – ମୁଁ ସେହି ଦରପୋଡା କାଠ। ସରକାର ଯେତେ ସୁବିଧା ଯୋଗାଇ ଦେଲେ ମଧ୍ୟ କର୍ମବିମୁଖତା ପରି ଏକ ମାରାମତ୍କ ରୋଗର ଶିକାର ହୋଇଥିବା ଆଜିର ମଣିଷ କେବେ ବିକାଶର ମଧୁରିମା ଭୋଗ କରିପାରିବ ନାହିଁ। ଆଜିର ଯୁବଗୋଷ୍ଠୀ ଚାହିଁବସିଛି କିପରି ବିନା ପରିଶ୍ରମରେ କୋଟିପତି ହେବ। ଅର୍ଥାଗମନର ସାମାନ୍ୟ ସୂଚନା ମିଳିଲେ ସେ ପରିଣତିକୁ ଚିନ୍ତା ନ କରି ସେଥିପାଇଁ ସମସ୍ତ କୈାଶଳ ଆପଣେଇବାକୁ ପଛଘୁଞ୍ଚା ଦେଉନାହିଁ। ସରକାରୀ ବାବୁମାନଙ୍କ ଦୁର୍ନୀତି ପରାୟଣତା ଓ କୋଟି କୋଟି ଟଙ୍କା ଅସତ୍‌ ଉପାୟରେ ଅର୍ଜନ କରିବାର ଖବର ପ୍ରତ୍ୟହ ଗଣମାଧ୍ୟମରୁ ପ୍ରାପ୍ତ ହୋଇ ସାଧାରଣ ଜନତାଙ୍କୁ ବ୍ୟଥିତ କରୁଛି। ନାହିଁ ଆଇନ ପ୍ରତି ଭୟ ଅବା ମାନବିକତା ପ୍ରତି ଅଙ୍ଗୀକାରବଦ୍ଧତା। କର୍ମବିମୁଖତା ଦାରିଦ୍ର୍ୟର ପ୍ରମୁଖ କାରଣ। ଜାପାନ, ସ୍ବିଡେନ ପ୍ରଭୃତି ଦେଶର ଅଧିବାସୀ କର୍ମବିମୁଖତାକୁ ପରିହାର କରି ଏକ କର୍ମକ୍ଷମ ଜୀବନଯାପନର ମାର୍ଗ ଅନ୍ବେଷଣ କରୁଥିବାରୁ ସେମାନେ କେବଳ ଧନୀ ନୁହନ୍ତି; ବରଂ ସୁଖୀ ମଧ୍ୟ। ଆମେ କେବଳ ଦରିଦ୍ର ନୋହୁ ସୁଖୀ ଦେଶ ତାଲିକାରେ ଆମର ସ୍ଥିତି ଅତି ନଗଣ୍ୟ। ସଦ୍ୟ ପ୍ରକାଶିତ ସୁଖୀ ତାଲିକାରେ ୧୫୮ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୧୭। ଅର୍ଥାତ୍‌ ୧୧୬ଟି ଦେଶ ସୁଖୀ ତାଲିକାରେ ଆମ ଉପରକୁ ଅଛନ୍ତି। ଜନସଂଖ୍ୟା ବୃଦ୍ଧି ଆମ ଦୁର୍ଗତିର ଅନ୍ୟତମ କାରଣ। ୧୯୭୩ରେ ଚିକିସତ୍ା ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା କୋନରଡ୍‌ ଲୋରେ କହିଥିଲେ, ‘ଜନସଂଖ୍ୟାର ଅସ୍ବାଭାବିକ ବୃଦ୍ଧି ସକଳ ଦୁର୍ଗତିର ମୂଳ କାରଣ’। ଜନସଂଖ୍ୟା ବୃଦ୍ଧି ସତ୍ତ୍ୱେ ଆମେ ପ୍ରଗତି ହାସଲ କରିପାରିବା ଯଦି କର୍ମବିମୁଖତାକୁ ପରିହାର କରିପାରିବା। କୃଷିକ୍ଷେତ୍ରକୁ ଯଦି ଉଦାହରଣ ଭାବେ ନେବା ଆମେ ଦେଖିବା ଯନ୍ତ୍ରର ବ୍ୟବହାର କୃଷକକୁ କର୍ମ ବିମୁଖତା କରିବାରେ ସହାୟକ ହୋଇଛି। ତେଣୁ କୃଷିକର୍ମ ପ୍ରତି କୃଷକ ଦିନକୁ ଦିନ ବିମୁଖତା ପ୍ରଦର୍ଶନ କରିଚାଲିଛି। ଗୃହକର୍ମ ସମ୍ପାଦନରେ ଗୃହିଣୀ ଅଧିକରୁ ଅଧିକ ଯନ୍ତ୍ରର ଅଧୀନ ହୋଇ କର୍ମବିମୁଖତାକୁ ଆଦରି ନେଇଛି। ଯୁବସମାଜ କର୍ମ ବିମୁଖ ହେବା ଅତ୍ୟନ୍ତ ଲଜ୍ଜାକର। ସ୍ବଭାବକବି ଗଙ୍ଗାଧର କହନ୍ତି ‘ସୁପ୍ତ ସିଂହ ମୁଖେ ନ ପଶେ ଆହାର – ଶ୍ରମେ ପିପିଲିକା ପୂରାଏ ଉଦର।’ ଶୋଇଥିବା ସିଂହ ମୁଖକୁ ବଳେବଳେ ମୃଗଟିଏ ଧରାଦିଏ ନାହିଁ। ସେଥିପାଇଁ ତାକୁ ଚଳଚଞ୍ଚଳ ହେବାକୁ ପଡିବ। ଅତି ସାମାନ୍ୟ ଜୀବ ପିମ୍ପୁଡି ଶ୍ରମ କରି ଉଦର କ୍ଷୁଧା ମେଣ୍ଟାଉଥିବା ବେଳେ ଆମେ କେବେ ବୁଝିବା? କର୍ମ ବିମୁଖତା ବେକାରି ସମସ୍ୟାର ଜନନୀ। ବେକାରି ସମସ୍ୟା ବଢି ଚାଲିଛି।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri