କର୍ମସ୍ଥଳକୁ ନକଲି ଦାଢି ଲଗାଇ ଗଲେ ମହିଳା ବୈଜ୍ଞାନିକ:ଜାଣନ୍ତୁ କାହିଁକି

ନ୍ୟୁୟର୍କ,୨୦।୮:ଆମେରିକାରେ ମହିଳା ବୈଜ୍ଞାନିକମାନେ ଏକ ଅଜବ ଢଙ୍ଗରେ ପ୍ରତିବାଦ ଆରମ୍ଭ କରିଛନ୍ତି। ସବୁ ପ୍ରତିଭା ଥାଇ ସୁଦ୍ଧା ସେମାନଙ୍କୁ କର୍ମସ୍ଥଳରେ ଭେଦଭାବର ଶିକାର ହେବାକୁ ପଡୁଛି। ଏହାକୁ ବିରୋଧ କରି ସେମାନେ ନକଲି ଦାଢି ଲଗାଇ କର୍ମସ୍ଥଳକୁ ଯାଉଛନ୍ତି। ଜଣେ ବିଜ୍ଞାନ ପ୍ରଫେସର ଏଲେନ କହିଛନ୍ତି, କର୍ମସ୍ଥଳରେ ମହିଳା ବୈଜ୍ଞାନିକମାନେ ବାରମ୍ବାର ଭେଦଭାବର ଶିକାର ହେଉଛନ୍ତି। ଏଭଳି ନକଲି ନିଶଦାଢି ଲଗାଇବା ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଧ୍ୟାନ ଆକର୍ଷଣ କରିବା। ମହିଳା ବୈଜ୍ଞାନିକଙ୍କ ଯୋଗଦାନ ପୁରୁଷ ବୈଜ୍ଞାନିକଙ୍କଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସେମାନେ ବୁଝିବେ।

Share