କର୍ମଜୀବୀ ମା’ଙ୍କ ଲାଗି…

କେତେଜଣ କର୍ମଜୀବୀ ମା’ଙ୍କୁ ପ୍ରସବର କିଛି ମାସ ମଧ୍ୟରେ କର୍ମକ୍ଷେତ୍ରରେ ଯୋଗଦେବାକୁ ହେଉଥିବାରୁ ଶିଶୁକୁ ନିୟମିତ ସ୍ତନ୍ୟପାନ କରାଇବାରେ ଅବହେଳା ହୋଇଥାଏ। କିନ୍ତୁ ଏଭଳି ପରିସ୍ଥିତିରେ ମା’ ଚାହିଁଲେ ଡବାକ୍ଷୀର ଉପରେ ନିର୍ଭର ନ କରି ନିଜ କ୍ଷୀର ସଞ୍ଚୟ କରି ଫ୍ରିଜ୍‌ରେ ରଖି ଶିଶୁକୁ ମଝିରେ ମଝିରେ
ଖୁଆଇ ପାରିବେ। ଜାଣି ରଖନ୍ତୁ ଟିପ୍ସ…

– ମା’ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶିଶୁର ମସ୍ତିଷ୍କ ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିଥାଏ। ତେଣୁ କର୍ମଜୀବୀ ମହିଳା ଅଫିସ୍‌ ଯିବା ପୂର୍ବରୁ ନିଜ କ୍ଷୀର କାଢି(ଏକ୍ସପ୍ରେସ୍‌ଡ ମଦର୍ସ ମିଲ୍କ ବା ଇଏମ୍‌ଏମ୍‌) ଶିଶୁ ପାଇଁ ସଞ୍ଚୟ କରି ଫ୍ରିଜ୍‌ରେ ରଖି ଶିଶୁକୁ ମଝିରେ ମଝିରେ ଖୁଆଇ ପାରିବେ।
– ସକାଳେ ଶିଶୁକୁ ଖୁଆଇ ସାରିବା ପରେ ହାତରେ ବା ହସ୍ତଚାଳିତ ବ୍ରେଷ୍ଟ୍‌ ପମ୍ପ୍‌, ଇଲେକ୍ଟ୍ରି ବା ବ୍ୟାଟେରି ଚାଳିତ ବ୍ରେଷ୍ଟ୍‌ ପମ୍ପ୍‌ ସାହାଯ୍ୟରେ କ୍ଷୀର କାଢି ରଖିପାରିବେ। ଏହାକୁ ଫ୍ରିଜ୍‌ରେ ୭-୮ ଦିନ ପର୍ଯ୍ୟନ୍ତ ରଖିପାରିବେ। ଶିଶୁକୁ ଖୁଆଇବାର କିଛି ସମୟ ପୂର୍ବରୁ ଆବଶ୍ୟକ ମାତ୍ରାରେ କ୍ଷୀର ଫ୍ରିଜ୍‌ରୁ କାଢି ରୁମ୍‌ ଟେମ୍ପରେଚରକୁ ଆଣିବା ପରେ ଶିଶୁକୁ ଖୁଆଇବେ।
– କ୍ଷୀରକୁ ଡିପ୍‌ ଫ୍ରିଜ୍‌ରେ ଏକମାସ ପର୍ଯ୍ୟନ୍ତ ଷ୍ଟୋର କରାଯାଇପାରେ। ହେଲେ ଏଥିରେ ସଂକ୍ରମଣର ଆଶଙ୍କା ଥିବାରୁ ଏପରି ନ କରି ପ୍ରତିଦିନ ଅଫିସ୍‌ ଯିବା ପୂର୍ବରୁ ନିଜର ତଟକା କ୍ଷୀର କାଢି ରଖିବାକୁ ଚେଷ୍ଟା କରନ୍ତୁ।
– ମନେ ରଖନ୍ତୁ ପ୍ରତିଥର କ୍ଷୀର କାଢି ଗୋଟିଏ ବଡ ବଟଲ୍‌ରେ ଷ୍ଟୋର କରି ରଖିବାର ଭୁଲ୍‌ ଆଦୌ କରନ୍ତୁ ନାହିଁ। ଏଥିପାଇଁ ଭଲ ଭାବେ ସଫା କରି ଅଲଗା ଅଲଗା ଏୟାରଟାଇଟ୍‌ ପାତ୍ର ବ୍ୟବହାର କରନ୍ତୁ ଏବଂ କ୍ଷୀର କଢିବାର ଏକ ଘଣ୍ଟା ମଧ୍ୟରେ ଫ୍ରିଜ୍‌ରେ ରଖିଦିଅନ୍ତୁ। ଶିଶୁକୁ ଖୁଆଇବା ପରେ ବଳକା କ୍ଷୀରକୁ ପୁନର୍ବାର ଫ୍ରିଜ୍‌ରେ ନ ରଖି ଫିଙ୍ଗି ଦିଅନ୍ତୁ।