Categories: ଜାତୀୟ

କର୍ନାଟକ ରାଜନୀତି:ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆଣିଲା ଭାଜପା

ବେଙ୍ଗାଲୁରୁ,୧୫।୭: କର୍ନାଟକ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ଭାଜପା। ସୋମବାର ବାଚସ୍ପତି ରମେଶ କୁମାରଙ୍କୁ ଭେଟି ବିରୋଧୀ ଦଳ ଏହି ପ୍ରସ୍ତାବ ଆଣିଛନ୍ତି। କୁମାରସ୍ବାମୀ ସରକାର ତୁରନ୍ତ ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ଭାଜପା ଦାବି କରିଛି। ସେପଟେ ମୁମ୍ବାଇର ଏକ ହୋଟେଲରେ କଂଗ୍ରେସ ଏକ ବୈଠକ ଡକାଇଛି। ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି। ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକମାନେ ଏହି ବୈଠକରେ ଯୋଗଦେଇନାହାନ୍ତି।

Share