Categories: ଜାତୀୟ

କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ବିଶେଶ୍ୱର ହେଗଡେ

ବେଙ୍ଗାଲୁର,୩୧।୭: କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ଭାବେ ଭାଜପା ବିଧାୟକ ବିଶେଶ୍ୱର ହେଗଡେ କାଗେରୀ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ମଙ୍ଗଳବାର ବିଧାନସଭାରେ ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କର୍ନାଟକରେ କଂଗ୍ରେସ-ଜେଡିଏସ୍‌ର ମେଣ୍ଟ ସରକାର ଭାଙ୍ଗିବା ସହ ୧୪ମାସର କାର୍ଯ୍ୟକାଳ ପରେ ସୋମବାର କେ.ଆର. ରମେଶ କୁମାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟରେ ବି.ଏସ୍‌ ୟେଦୁରପ୍ପାଙ୍କ ନୂଆ ସରକାର ଗଠନ ହେବା ପରେ ଭାଜପା ପକ୍ଷରୁ ବାଚସ୍ପତି ପଦ ପାଇଁ ବିଶେଶ୍ୱରଙ୍କୁ ଚୟନ କରାଯାଇଥିଲା। ତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ଛିଡା ହୋଇ ନ ଥିବାରୁ ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ବିଶେଶ୍ୱର ୬ଥର ବିଧାୟକ ଓ  ଥରେ ମନ୍ତ୍ରୀ ରହିସାରିଛନ୍ତି।

Share