Categories: ଜାତୀୟ

କର୍ନାଟକ ପରେ ଗୋଆ କଂଗ୍ରେସରେ ସଙ୍କଟ: ଭାଜପାରେ ଯୋଗ ଦେଲେ ୧୦କଂଗ୍ରେସ ନେତା

ପଣଜୀ,୧୧।୭: କର୍ନାଟକରେ କଂଗ୍ରେସର ସ୍ଥିତିକୁ ନେଇ ରାଜନୈତୀକ ମହଲ ସରଗରମ ଥିବା ବେଳେ ଏବେ ସେଠାରେ ମେଣ୍ଟ ସରକାରକୁ ବଞ୍ଚାଇବାକୁ ପ୍ରୟାସ ଜାରି ରହିଛି। ଏପଟେ ଏହି ସମୟରେ ଗୋଆର ୧୫ କଂଗ୍ରେସ ନେତାଙ୍କ ମଧ୍ୟରୁ ୧୦ଜଣ ବିଧାୟକ ଭାଜପାରେ ଯୋଗ ଦେଇଛନ୍ତି। ଏବେ ଏଠାରେ ଭାଜପାର ସଂଖ୍ୟା ୨୭ ଛୁଇଁଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ସୂଚନା ଅନୁଯାୟୀ, କଂଗ୍ରେସରୁ ଆସିଥିବା ବିଧାୟକମାନେ ବିନା କୌଣସି ସର୍ତ୍ତରେ ଭାଜପାରେ ଯୋଗ ଦେଇଛନ୍ତି। ଗୁରୁବାର ଏହି ୧୦ ବିଧାୟକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ସାଓ୍ବନ୍ତ ସଂସଦ ପହଞ୍ଚିଥିବା ବେଳେ ସେଠାରେ ସେ ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିବେ।

Share